ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୧୬ କରୋନା ସଂକ୍ରମିତ

ଭୁବନେଶ୍ୱର, ନଭେମ୍ବର ୦୧ : ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୩୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୧୭୭୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୩୦ ଜଣ ଲୋକାଲ କେସ୍ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ୍ ବୟସର ୫୧ ଜଣ ପଜିଟିଭ ରହିଛନ୍ତି ।  ବାଲେଶ୍ୱରରୁ ୩, ଭଦ୍ରକରୁ ୧,ବଲାଙ୍ଗିର ୧୦, କଟକରୁ ୩୨, ଢେଙ୍କାନାଳ ୪,ଗଜପତି ୧, ଗଞ୍ଜାମ ୪, ଜଗତସିହପୁର ୪, ଯାଜପୁର ୯, କଳାହାଣ୍ଡିରୁ ୧, କେନ୍ଦ୍ରାପଡାରୁ ୮, ଖୋର୍ଦ୍ଧାରୁ ୧୫୨, ମାଲାକାନଗିରି ୧, ମୟୂରଭଞ୍ଜରୁ ୨୮, ନୟାଗଡରୁ ୩, ପୁରୀରୁ ୨, ରାୟଗଡାରୁ ୧, ସମ୍ବଲପୁରରୁ ୭,ସୋନପୁରରୁ ୧, ସୁନ୍ଦରଗଡରୁ ୬ ଓ ଷ୍ଟେଟ ପୁଲରୁ ୩୫ ଜଣ ରହିଛନ୍ତି। 

gpkandhamal

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୧୭୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୨୩୭ଟି ଆକ୍ଟିଭ କେସ ରହିଛି । ଏହାସହିତ ୧୦୨୯୧୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Umasankar Adv
Leave A Reply

Your email address will not be published.