ଆଜି ଝାରପଡ଼ା ଜେଲରେ ଆକାଶ ପାଠକଙ୍କୁ ଜେରା

ଭୁବନେଶ୍ୱର ,ନଭେମ୍ବର 11 : ଚାକିରୀ କରାଇ ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗରେ ଆଜି ଥାନାରେ ଜେରା ହେବେ ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ତାଙ୍କୁ ଜେରା କରିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ଭୁବନେଶ୍ୱର ଝାରପଡ଼ା ଜେଲରେ ଜେରା କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଇଡିର ୩ ଜଣିଆ ଟିମ୍ ଏବଂ ପ୍ରଶ୍ନ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । କାହା ନିର୍ଦ୍ଦେଶ ରେ ଏପରି କାର୍ଯ୍ୟ ଚାଲୁଥିଲା? କାହା ଠାରୁ କେତେ ଟଙ୍କା ଠକେଇ ହୋଇଛି ଏବଂ ଏହାର ଚେର କେତେ ଲମ୍ବା ଏହାର ସମସ୍ତ ଉତ୍ତର ଇଡ଼ି ସ୍କାନରରେ ଲାଗିବ । ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ଙ୍କ ଅନୁମତି କ୍ରମେ ଆକାଶ ପାଠକଙ୍କୁ ଜେଲରେ ଜେରା କରାଯିବ ବୋଲି ସୁଚନା ମିଳିଛି । ଖବର ଅନୁସାରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତବର୍ଷ ନଭେମ୍ବର ମାସରେ ଗିରଫ ହୋଇଥିଲେ ଅଭୟକାନ୍ତ ପାଠକ ଏବଂ ତାଙ୍କ ସହ ପୁଅ ଆକାଶ ପାଠକ । ଏହାପରେ ଟାଟାରେ ଚାକିରି ଦେବା ନାଁରେ ଆକାଶ ପାଠକ ଠକେଇ କରିଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.