ଆଜି ଜାତୀୟ ଶିକ୍ଷା ଦିବସ

ନୁଆଦିଲ୍ଲୀ, ନଭେମ୍ବର ୧୧: ଦେଶର ବିକାଶରେ ମାନବ ସମ୍ବଳର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥାଏ । ତେବେ ଦକ୍ଷ ମାନବ ସମ୍ବଳ ପାଇଁ ଉପଯୁକ୍ତ ଶିକ୍ଷା ଅପରିହାର୍ଯ୍ୟ। ଶିକ୍ଷାର ବିକାଶରେ ମାନବ ସମ୍ବଳ ବିକଶିତ ହୋଇଥାଏ । ଶିକ୍ଷାର ଉପଯୋଗିତା ତଥା ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୧୧ରେ ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଆସୁଛି । ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅକୁଲ କଲାମ ଆଜାଦଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ଦିବସ ପାଳିତ ହୋଇଥାଏ । ଆଜାଦ୍ ଯିଏ ୧୯୪୭ ଅଗଷ୍ଟ ୧୫ ରୁ ୧୯୫୮ ଫେବୃୟାରୀ ୨ ପର‌୍ୟ୍ୟନ୍ତ ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ଜନ୍ମ ଦିନକୁ ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରିବା ଲାଗି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏହି ଦିନକୁ ଜାତୀୟ ଶିକ୍ଷା ଦିବସ ଭାବରେ ପାଳନ କରାଯାଏ ।

gpkandhamal

୧୮୮୮ ମସିହାରେ ସାଉଦି ଆରବର ମକ୍କାରେ ଜନ୍ମ ହୋଇଥିବା ମୌଲାନା ଅବୁଲ କଲାମ ଆଜାଦ ନାମରେ ଜଣାଶୁଣା ଅବୁଲ କଲାମ ଗୁଲାମ ମୁହୁୟୁଦ୍ଦିନ। ବ୍ରିଟିଶ ନୀତିକୁ ସମାଲୋଚନା କରିବା ପାଇଁ ସେ ୧୯୧୨ ମସିହାରେ ଉର୍ଦ୍ଦୁରେ ଏକ ସାପ୍ତାହିକ ପତ୍ରିକା ଆରମ୍ଭ କରିଥିଲେ। ଅଲ-ହିଲାଲ ନିଷେଧ ହେବା ପରେ ସେ ଆଉ ଏକ ସାପ୍ତାହିକ ଅଲ-ବାଗ ଆରମ୍ଭ କରିଥିଲେ। ମହିଳା ମାନଙ୍କୁ ଶିକ୍ଷା ପ୍ରଦାନ ପାଇଁ ଆଜାଦ ଦୃଢ ଭାବରେ ସମର୍ଥନ କରିଥିଲେ। ୧୯୪୯ ମସିହାରେ କେନ୍ଦ୍ରୀୟ ସଭାରେ ସେ କହିଥିଲେ ଯେ ଯଦି ସମାଜର ଅର୍ଦ୍ଧେକ – ମହିଳାମାନଙ୍କର ଉନ୍ନତି ପାଇଁ ଧ୍ୟାନ ନ ଦିଅନ୍ତି ତେବେ ଜାତୀୟ ଶିକ୍ଷା ଉପଯୁକ୍ତ ହୋଇପାରିବ ନାହିଁ। ସେ ଆଧୁନିକ ଶିକ୍ଷା ବ୍ୟବସ୍ଥା ପାଇଁ ଜୋର ଦେଇଥିଲେ ଏବଂ ଶିକ୍ଷାଗତ ଯୋଗ୍ୟତା ପାଇଁ ଇଂରାଜୀ ଭାଷାର ବ୍ୟବହାରକୁ ସମର୍ଥନ କରିଥିଲେ। ତେବେ ପ୍ରାଥମିକ ଶିକ୍ଷା ମାତୃଭାଷାରେ ଦିଆଯିବା ଉଚିତ ବୋଲି ସେ ବିଶ୍ୱାସ କରିଥିଲେ।

Umasankar Adv
Leave A Reply

Your email address will not be published.