ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ

ଗଞ୍ଜାମ, ନଭେମ୍ବର ୧୬: ଗଞ୍ଜାମ ଜିଲ୍ଲାର କାବିସୁରିଆନଗରର ମର୍ଦ୍ଦରାଜ ହାଇସ୍କୁଲ ନିକଟରେ ଏକ ଅଜ୍ଞାତ ଗାଡି ଧକ୍କାରେ ଦୁଇ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଛି । ବାଇକ୍ ଯାଉଥିବା ଦୁଇଜଣଙ୍କୁ ଏକ ଅଜଣା ଗାଡି ଯକ୍କା ଦେବା ଫଳରେ ଉଭୟଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇ ଗାଡଟି ଫେରସ୍ତ ହୋଇଯାଇଥିଲା ବେଳେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଦୁଇଜଣଙ୍କୁ ହତ୍ୟା କରିଥିବା ଗାଡିଟିକୁ ପୋଲିସ ଏପର୍ଯ୍ୟନ୍ତ ଖୋଜି ବାହାର କରିନାହିଁ। ତେବେ ଖବର ଅନୁଯାୟୀ, ମୃତ ଯୋଡ଼ି ସିଖରପୁର ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡିଛି।

Leave A Reply

Your email address will not be published.