ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ରଗ୍ରହଣ ଆଜି

ନୂଆଦିଲ୍ଲୀ, ନଭେମ୍ବର ୧୯ : ଆଜି ଅର୍ଥାତ ନଭେମ୍ବର ୧୯ରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏହାର ଅବଧୀ ୬ ଘଣ୍ଟା କାଳ ପର୍ଯ୍ୟନ୍ତ ରହିବ। ଏହାକୁ ଚଳିତ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଉଛି। କାରଣ ୫୮୦ ବର୍ଷ ପରେ ଏଭଳି ଚନ୍ଦ୍ରଗ୍ରହଣ ଆକାଶରେ ଦୃଶ୍ୟମାନ ହେବ। ଭାରତରେ ଏହା ଆଶିଂକ ରହିବ। କେବଳ ଉତ୍ତର-ପୂର୍ବ ଭାରତରେ ଏହା ଦୃଶ୍ୟମାନ ହେବ।  ଗ୍ରହଣର ସମୟ ପୂର୍ବାହ୍ନ ୧୧ଟା ୩୪ ମିନିଟରୁ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫ଟା ୩୩ ମିନିଟରେ ଶେଷ ହେବ। ଗ୍ରହଣର ସମୟ ମୋଟ ୫ ଘଣ୍ଟା ୫୯ ମିନିଟ। ଏହି ଚନ୍ଦ୍ରଗ୍ରହଣକୁ ଖାଲି ଆଖିରେ ଦେଖାଯାଇପାରିବ। ଭଚ୍ୟୁଆଲ ମାଧ୍ୟମରେ ଏହି ଚନ୍ଦ୍ରଗ୍ରହଣ ଅନେକ ୟୁଟ୍ୟୁବ ଚ୍ୟାନେଲରେ ଦେଖାଯାଇପାରିବ। ସେହିଭଳି livescienc.com ଓ timeanddate.comରେ ମଧ୍ୟ ଲାଇଭ୍‌ ଚନ୍ଦ୍ରଗ୍ରହଣ ଦେଖାଯାଇପାରିବ।  ତେବେ ସତର୍କ ରହିବାର ଅଛି ଯେ, ଗ୍ରହଣ ସମୟରେ କ’ଣ କରିବେ ଏବଂ କେଉଁ ଜିନିଷ ଠାରୁ ଦୂରରେ ରହିବେ। ଗ୍ରହଣ ସମୟରେ ଭଗବାନଙ୍କ ନାମ ନିଅନ୍ତୁ ଏବଂ ମନ୍ତ୍ର-ଜପ କରିପାରିବେ। ସେହିଭଳି ଗ୍ରହଣ ଆରମ୍ଭ ହେବା ମାତ୍ରେ ଖାଦ୍ୟପେୟରେ ତୁଳସୀ ପତ୍ର ପକାନ୍ତୁ।  ନିୟମ ଅନୁସାରେ ଗ୍ରହଣ ସମୟରେ ରୋଷେଇ କରିବା, ଖାଇବା-ପିଇବାକୁ ମନା। ଏହି ସମୟରେ ପୂଜା କରାଯାଏ ନାହିଁ। ମନ୍ଦିର ବନ୍ଦ ରଖାଯାଏ। ଗ୍ରହଣ ସମୟରେ ଶୋଇବା ଉଚିତ ନୁହେଁ। ଗର୍ଭବତୀ ମହିଳା ଗ୍ରହଣ ସମୟରେ ବାହାରକୁ ଯିବା ମନା ରହିଛି। ବୃକ୍ଷଲତାକୁ ମଧ୍ୟ ସ୍ପର୍ଶ କରାଯାଏ ନାହିଁ। ପରିବାର ଲୋକଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରାଯାଏ ନାହିଁ। ଗ୍ରହଣ ସରିଲେ ଘରକୁ ସଫା କରନ୍ତୁ। ପୂରା ଘର ଭିତରେ ଗଙ୍ଗା ଜଳ ସିଞ୍ଚନ କରନ୍ତୁ। ଗ୍ରହଣ ପରେ ଦାନ-ପୂଣ୍ୟ କାମ କରନ୍ତୁ। 

Leave A Reply

Your email address will not be published.