ନିଜକୁ ଡ଼ାକ୍ତରର ପରିଚୟ ଦେଇ ବ୍ୟାଙ୍କରୁ ନେଉଥିଲେ ଋଣ,ମିଳିଲା ନକଲି ଆଇ କାର୍ଡ

କଟକ ,ନଭେମ୍ବର 19: ନିଜକୁ ଡ଼ାକ୍ତରର ପରିଚୟ ଦେଇ  ବିଭିନ୍ନ ବ୍ୟାଙ୍କରୁ କାର ଲୋନ ନେବା ସହ ଯୁବତୀମାନଙ୍କୁ ଦିଆଯାଉଥିବା ବିବାହର ପ୍ରସ୍ତାବ । ଏପରି ହାଇ ପ୍ରୋଫାଇଲ ଠକ ପୋଲିସ ହାତରେ ଧରାପଡିଛି । କଟକ ବାଦାମବାଡି ଅଞ୍ଚଳରୁ ଏହି ଠକକୁ ଗିରଫ କରିଛି ପୋଲିସ । ନିଜକୁ ଡାକ୍ତର କହି ଏହି ଠକ ଜଣକ ବିଭିନ୍ନ ବ୍ୟାଙ୍କରୁ କାର ଲୋନ ନେଇଥିଲେ ବୋଲି ଜଣାପଡିଛି । କେବଳ ଏତିକି ନୁହେଁ ସୁନ୍ଦର ସୁନ୍ଦର ଯୁବତୀଙ୍କୁ ଡ଼ାକ୍ତରର ପରିଚୟ ଦେଇ ପ୍ରେମ ଜାଲରେ ଫସାଇ ବିବାହ କରିବାକୁ ପ୍ରତିସୃତି ମଧ୍ୟ ଦେଉଥିଲେ ଏହି ଠକ ଡ଼ାକ୍ତର ।

gpkandhamal

ଗିରଫ ହୋଇଥିବା ଅଭିଯୁକ୍ତ କଟକ ଗୋପାଳପୁର ଅଞ୍ଚଳର ସିଦ୍ଧାନ୍ତ ସାର୍ଥକ । ଅଭିଯୁକ୍ତ ଠାରୁ ନକଲି ଆଇ କାର୍ଡ, ପ୍ୟାନ କାର୍ଡ ,ନକଲି ବ୍ୟାଙ୍କ ଖାତା ସମେତ ନକଲି ଷ୍ଟାମ୍ପ ଆଦି ଜବତ କରିଛି ବାଦାମବାଡି ପୋଲିସ । ସିଦ୍ଧାନ୍ତ ନିଜକୁ ପାଟଣା ଏମ୍ସ ଡାକ୍ତର କହି ବ୍ୟାଙ୍କରୁ କାର୍ ଲୋନ ନେଉଥିଲେ ଆଉ ପରିଶୋଧ କରୁନଥିଲେ । ଏହି ଅଭିଯୋଗରେ ଆଜି ସେ ଧରାପଡିଥିଲେ ।

Umasankar Adv
Leave A Reply

Your email address will not be published.