ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୮ ନୂତନ କରୋନା ସଂକ୍ରମିତ

ଭୁବନେଶ୍ୱର, ନଭେମ୍ବର ୩୦: ରାଜ୍ୟରେ ଧୀରେ ଧୀରେ ଖସୁଛି ସଂକ୍ରମଣ ପାରା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୯୧୦୮ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୯୪ ଜଣ ରହିଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍‌,ରୁ କମ ବୟସର ରହିଛନ୍ତି ୩୫ ଜଣ ।  ଅନୁଗୋଳରୁ ୨, ବାଲେଶ୍ୱରରୁ ୧, ବରଗଡରୁ ୧, ଭଦ୍ରକରୁ ୧, କଟକରୁ ୧୭, ଢେଙ୍କାନାଳରୁ ୧, ଗଞ୍ଜାମରୁ ୫, ଜଗତସିଂହପୁରରୁ ୪, ଯାଜପୁରରୁ ୭, ଝାରସୁଗୁଡାରୁ ୩, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୯୬, ମୟୂରଭଞ୍ଜରୁ ୨୧, ନବରଙ୍ଗପୁରରୁ ୧, ନୟାଗଡରୁ ୨,ପୁରୀ ୧୦, ରାୟଗଡାରୁ ୩, ସମ୍ବଲପୁରରୁ ୧୧, ସୋନପୁର ୨ ଜଣ ରହିଛନ୍ତି । 

gpkandhamal

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ମୋଟ ୧୦୪୯୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୩୮ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୮୩୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । 

Umasankar Adv
Leave A Reply

Your email address will not be published.