୨ ଦିନିଆ ରିମାଣ୍ଡରେ ଯିବ ନୟାପଲ୍ଲୀ ଅଞ୍ଚଳରୁ ଗିରଫ ହୋଇଥିବା ସୁପାରୀ କିଲର

ଭୁବନେଶ୍ୱର ,ନଭେମ୍ବର 30 : ରିମାଣ୍ଡରେ ଯିବ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରୁ ଗିରଫ ହୋଇଥିବା ସୁପାରୀ କିଲର । ଏନେଇ ଅନୁମତି  ଦେଲେ ଭୁବନେଶ୍ବର ଏସ୍‌ଡିଜେଏମ କୋର୍ଟ । ସୁପାରୀ କିଲର ସମ୍ପଦକୁ ୨ ଦିନିଆ ରିମାଣ୍ଡରେ ନେଲାପରେ ବିଭିନ୍ନ ତଥ୍ୟ ହାସଲ କରିବା ସହିତ ଆଉ କିଏ କିଏ ଏହି ଅପରାଧ ସାମ୍ରାଜ୍ୟରେ ଜଡ଼ିତ ସବୁ ପ୍ରକାର କଥା ଆଦାୟ କରିବ ପୋଲିସ୍ । ଏହା ଛଡ଼ା କିଏ କେତେ ଟଙ୍କା ଦେଇ କାହାକୁ ହତ୍ୟା ପାଇଁ ଯୋଜନା କରିଥିଲା, ସମ୍ପଦ କେତେ ମାଉଜର ମୁଙ୍ଗେରରୁ ଆଣି ବିକ୍ରି କରିଛି ଏ ସବୁର ଖୋଳତାଡ଼ କରିବ କମିଶନରେଟ ପୋଲିସ । ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସୁଚନା ଅନୁଯାୟୀ, ନୟାପଲ୍ଲୀ ଅଞ୍ଚଳରୁ ଜଣେ ସୁପାରୀ କିଲରକୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ଏବେ ତାକୁ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି । 

Leave A Reply

Your email address will not be published.