ଚୀନକୁ ମୁକାବିଲା କରିବା ପାଇଁ ଭାରତକୁ ହେବ ସହଜ

ନୂଆଦିଲ୍ଲୀ, ଡିସେମ୍ବର ୦୩ : ଚୀନକୁ ମୁକାବିଲା କରିବା ପାଇଁ ଭାରତୀୟ ସେନାକୁ ତୁରନ୍ତ ସୀମାରେ ପହଞ୍ଚିବା ଆହୁରି ଅଧିକ ସହଜ ହୋଇଯିବ। ଏହାର କାରଣ ହେବ ବହୁପ୍ରତିକ୍ଷୀତ ମୁନସ୍ୟାରୀ-ମିଲମ ସଡ଼କ, ଯାହାକୁ ୨୦୨୩ରେ ପୂରା କରାଯିବାକୁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ସୀମା ସଡ଼କ ସଂଗଠନର ଜଣେ ବରିଷ୍ଠ ଅଧିକାରୀ ଏମ୍‌ଏନ୍‌ବି ପ୍ରଦାଦ ଗଣମାଧ୍ୟମକୁ କହିଛନ୍ତି ଯେ, ଉତ୍ତରାଖଣ୍ଡରେ ୨୦୧୨ରୁ ନିର୍ମାଣାଧୀନ ସଡ଼କର କାମ ୨୦୨୩ ସୁଦ୍ଧା ଶେଷ ହୋଇଯିବ। ଶ୍ରୀ ପ୍ରସାଦ କହିଛନ୍ତି ଯେ, ଉଚ୍ଚ ପାହାଡ଼ରେ ନିର୍ମାଣାଧୀନ ସଡ଼କ ୨୦୨୧ ପର୍ଯ୍ୟନ୍ତ ପୂରା କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବଡ଼ ବଡ଼ ଚଟାଣ ଯୋଗୁଁ ନିର୍ମାଣ କାମରେ ବାଧା ପହଞ୍ଚିଥିଲା। ଅନ୍ୟପଟରେ ପ୍ରବଳ ଶୀତ ଏବଂ କୋଭିଡ କାରଣରୁ ମଧ୍ୟ ନିର୍ମାଣ କାମ ମଝିରେ ମଝିରେ ବନ୍ଦ ରହୁଛି। ସୂଚନାଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ଦିନରୁ ସୀମାକୁ ନେଇ ବିବାଦ ଦେଖାଯାଇଛି। ତେଣୁ ସୀମାରେ ସହଜରେ ପହଞ୍ଚିବା ପାଇଁ ଏହି ୬୫ କିଲୋମଟିର ବିଶିଷ୍ଟ ସଡ଼କ ନିର୍ମାଣ କାମ ଗୁରୁତ୍ବପୂର୍ଣ୍ଣ।   

Leave A Reply

Your email address will not be published.