‘ଓମିକ୍ରନ୍‌’ କବଳରେ ୫ ରାଜ୍ୟ

ନୂଆଦିଲ୍ଲୀ, ଡିସେମ୍ବର ୦୬ : ବିଶ୍ବବ୍ୟାପୀ ଭୟଭୀତ କରାଉଥିବା କରୋନା ଭାଇରସ୍‌ ମହାମାରୀର ନୂଆ ଭାରିଆଣ୍ଟ ଭାରତରେ ୫ଟି ରାଜ୍ୟରେ ଚିହ୍ନଟ ହୋଇସାରିଛି। କେବଳ ଗୋଟିଏ ଦିନରେ ରବିବାର ୧୭ ଜଣ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି, ଯେଉଁଥି ପାଇଁ ଚିନ୍ତା ବଢ଼ିଛି। କର୍ଣ୍ଣାଟକ, ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ ଓ ଦିଲ୍ଲୀରେ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ହୋଇସାରିଛି। ସମସ୍ତ ୨୧ ଜଣ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ଆଲର୍ଟ ଜାରି କରିଛି। ରାଜସ୍ଥାନର ଜୟପୁରରେ ଓମିକ୍ରନ୍‌ରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରକୁ ଟପିଛି ଜୟପୁର। ଏଠାରେ ଗୋଟିଏ ପରିବାରର ଲୋକେ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ୭ ଦିନ ପୂର୍ବରୁ ଜୟପୁର ଆସିଥିଲେ। ପ୍ରଥମେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ। ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମା’-ବାପା, ସେମାନଙ୍କର ୧୫ ଓ ୮ ବର୍ଷର ୨ ଝିଅ ମଧ୍ୟ ଅଛନ୍ତି। ଚିକିତ୍ସା ସଚିବ ବୈଭବ ଗାଲରିଆ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରୁ ଆସିଥିବା ପରିବାର ଓ ସେମାନଙ୍କର ସଂସ୍ପର୍ଶରେ ଆସିଥିବା ୩୪ ଲୋକଙ୍କର ନମୁନା ସଂଗ୍ରହ କରାଯାଇଥିଲା। ଏଥିରୁ ୫ ଜଣଙ୍କ ଲୋକଙ୍କର ଠାରେ ଓମିକ୍ରନ୍‌ ଚିହ୍ନଟ ହୋଇଛି।  ପୂର୍ବରୁ ମହାରାଷ୍ଟ୍ରରେ ୮ ଜଣ, କର୍ଣ୍ଣାଟକରେ ୨ ଜଣ, ଗୁଜୁରାଟରେ ଜଣେ ଓ ଦିଲ୍ଲୀରେ ଜଣେ ଓମିକ୍ରନ୍‌ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଏହି ସଂକ୍ରମଣ ଧୀରେ ଧୀରେ କାୟା ବିସ୍ତାର କରୁଥିବାରୁ ଅନ୍ୟ ରାଜ୍ୟ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି। 

Leave A Reply

Your email address will not be published.