ବିଧାନସଭାରେ ପସିଲା କରୋନା,ସଚିବ ଓ ତାଙ୍କ ଡ଼୍ରାଇଭର କୋଭିଡ଼୍ ପଜିଟିଭ୍

ଭୁବନେଶ୍ୱର,ଡିସେମ୍ବର 9 : ବିଧାନସଭାରେ ପସିଲା କରୋନା । ସବୁଠାରୁ ବଡ଼ ଖବର ଯାହା ଆସିଛି ତାହା ହେଉଛି ବିଧାନସଭା ସଚିବ କରୋନା ପଜିଟିଭ୍ ହୋଇଛନ୍ତି । ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍ ହୋଇଥିବା ସୁଚନା ମିଳିଛି । କେବଳ ସେ ଏକା ନୁହେଁ ତାଙ୍କ ଡ଼୍ରାଇଭର ମଧ୍ୟ ପଜିଟିଭ୍ ହୋଇଥିବା ସୁଚନା ମିଳିଛି । ପୁର୍ବରୁ ଦାଶରଥୀଙ୍କ ବ୍ୟକ୍ତିଗତ ସଚିବ କରୋନା ପଜିଟିଭ୍ ହୋଇଥିଲେ । ତେବେ ଯାହା ସୁଚନା ଆସିଛି କରୋନା ପଜିଟିଭ୍ ହୋଇଥିଲେ ମଧ୍ୟ ଗୃହ କାର୍ଯ୍ୟରେ କୌଣସି ପ୍ରକାର ବାଧା ସୃଷ୍ଟି ହେବ ନାହିଁ ଏବଂ ବିଧାନସଭା ଆଜି ମଧ୍ୟ ଚାଲିବ । ସଚିବ ବର୍ତ୍ତମାନ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । ତେବେ ଆଜି ଗୃହ କାର୍ଯ୍ୟ ଚାଲିବ ନା ପୁର୍ବପରି ବିରୋଧୀଙ୍କ ହୋହଲ୍ଲାରେ ଆଜି ବି ଗୃହ ଅକାମି ହେବ ସେ ନେଇ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.