୧୨ଟି ଜିଲ୍ଲାରେ ୧୫ ଡିଗ୍ରୀରୁ କମ ତାପମାତ୍ରା ରେକର୍ଡ

ଭୁବନେଶ୍ୱର, ଡିସେମ୍ବର ୧୫: ରାଜ୍ୟରେ ୧୫ ତାରିଖ ପରଠାରୁ ବଢିବ ଶୀତ । ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୫ ତାରିଖ ପରଠାରୁ ରାଜ୍ୟରେ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ପବନ ପ୍ରବାହ କରିବ । ଫଳରେ ଶୀତ ଅଧିକ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲ୍ଲାରେ ୧୫ ଡିଗ୍ରୀରୁ କମ ତାପମାତ୍ରା ରେକର୍ଡ କରାଯାଇଛି । ଦାରିଙ୍ଗବାଡିରେ ସର୍ବନିମ୍ନ ୭.୦୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଶୀତ ବୃଦ୍ଧି ହେବା ସହିତ ୨୪ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିବ । ତେବେ ଆଜି ଠାରୁ ରାଜ୍ୟରେ ରାତି ତାପମାତ୍ରା ହ୍ରାସ ହେବ । ଏହାସହିତ ଉପକୂଳ ଓ ଆଭ୍ୟନ୍ତରୀୟ ଓଡିଶାର କିଛି କିଛି ସ୍ଥାନରେ କୁହୁଡି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

Leave A Reply

Your email address will not be published.