ଟଙ୍କା ବାଣ୍ଟି ସରକାରୀ ଦଳ ଭୋଟ ହାତେଇବାକୁ ଚେଷ୍ଟା କରୁଛି: ବିଜେପି

ଭୁବନେଶ୍ୱର, ଡିସେମ୍ବର୨୧ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଆବାସ ପାଇଁ ମରାମତି ଟଙ୍କା ଦେବାକୁ ଘୋଷଣା କରିବା ପରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣବିଧ୍ ଲାଗୁ ହେବାକୁ ଯାଉଛି । ଠିକ୍ ସେହି ସମୟରେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟି ଶାସକ ବିଜେଡି ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବାର ହୀନ ପ୍ରୟାସ କରିଛି । ସାଧାରଣ ଲୋକଙ୍କ ମଧ୍ୟରେ ଥିବା କ୍ଷୋଭରୁ ବଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହୀନ ପ୍ରୟାସକୁ ଲୋକେ ସଫଳ ହେବାକୁ ଦେବେନାହିଁ ବୋଲି ଭାଜପା କହିଛି।  ଭାଜପା ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି , କୋଭିଡ୍ ସହାୟତା ପାଇଁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଜୀବିକା ମିଶନରେ ପଠାଇଥିବା ଟଙ୍କାକୁ ହଡ଼ପ କରି ଏବେ ଭୋଟ ହାତେଇବା ପାଇଁ ଦଳୀୟ ଭିଭିରେ ଟଙ୍କା ବାଣ୍ଟୁଛନ୍ତି । ତେବେ ଆବାସ ପାଇଁ ମରାମତି ଟଙ୍କା ଦେବାକୁ ଘୋଷଣା କରିବା ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି କହିଛନ୍ତି।  ଏହା ସହିତ ସେ ପ୍ରଶ୍ନ କରିଛନ୍ତି ଯେ ୨୦୧୪ ମସିହାରେ ଆପଣ ଘୋଷଣା କରିଥିଲେ ୨୦୧୯ ମସିହା ସୁଦ୍ଧା ଓଡ଼ିଶାର ସବୁ କଚ୍ଚା ଘରକୁ ପକ୍କା ଘରର ପରିଣତ କରିବେ । ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଘର ରହିବ । ଭୂମିହୀନ ମାନଙ୍କୁ ବି ଜମି ଦେଇ ପକ୍କା ଘର ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ । ସେ ପ୍ରତିଶ୍ରୁତି କୁଆଡେ ଗଲା । ପ୍ରଧାନମନ୍ତ୍ରୀ ଆବାସରେ ମୋଦି ସରକାର ସିଂହ ଭାଗ ଅର୍ଥ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ କେମିତି କହିଲେ ଅଧା ଟଙ୍କା ଦେଉଛନ୍ତି, ଏହା କେତେ ସତ୍ୟ ବୋଲି ବିଜେପି ପ୍ରଶ୍ନ କରିଛିି ।

Leave A Reply

Your email address will not be published.