ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ

ବ୍ରହ୍ମପୁର,ଡିସେମ୍ବର 30 : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଆର୍ ଆଣ୍ଡ ବି ଡିଭିଜନ-୧ର କନିଷ୍ଠ କିରାଣୀ ଏଲ୍. କାମାରାଜୁ ଦାସ ଙ୍କ ଘରେ ଭିଜିଲାନ୍ସ ର ରେଡ଼୍ । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସର ଦୁଇ ଜଣ ଡିଏସପିଙ୍କ ନେତୃତ୍ୱରେ ୫ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ରେଡରେ ସାମିଲ ଅଛନ୍ତି ।ବ୍ରହ୍ମପୁର ଆଙ୍କୁଲିରେ ଦୁଇ ମହଲା କୋଠାରେ ରେଡ୍ ଚାଲି ଥିବା ବେଳେ  ଆଙ୍କୁଲିରେ ଅନ୍ୟ ତିନିଟି ସ୍ଥାନ ସମେତ ଆର୍ ଆଣ୍ଡ ବି ଡିଭିଜନ୍-୧ର ସରକାରୀ ଅଫିସରେ ବି ଚଢ଼ାଉ ଚାଲିଛି । ଏନେଇ ଓଡ଼ିଶା ଭିଜିଲାନ୍ସ  ପକ୍ଷରୁ ଟ୍ୱିଟ୍ କରି ସୁଚନା ଦିଆ ହୋଇଛି । ପୁର୍ବରୁ ଅନେକ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ଼୍ କରି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ମଧ୍ୟ ଜବତ କରିଥିଲା କିନ୍ତୁ ବର୍ତ୍ତମାନ ବ୍ରହ୍ମପୁର ଆର୍ ଆଣ୍ଡ ବି ଡିଭିଜନ-୧ର କନିଷ୍ଠ କିରାଣୀ ଏଲ୍. କାମାରାଜୁ ଦାସ ଙ୍କ ଘରେ ରେଡ଼୍ ଚାଲିଛି । ଏପର୍ଯ୍ୟନ୍ତ କିଛି ତଥ୍ୟ ମିଳି ନଥିବା ବେଳେ ଆଜି ସକାଳୁ ଏହି ରେଡ଼୍ ପ୍ରକ୍ରିୟା ଚାଲିଛି । 

Leave A Reply

Your email address will not be published.