ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ୱପୁର୍ଣ୍ଣ କ୍ୟାବିନେଟ ବୈଠକ

ଭୁବନେଶ୍ବର, ଡିସେମ୍ବର ୩୧ : ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ୱପୁର୍ଣ୍ଣ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନ ୧୨ ଟା ସମୟରେ ଲୋକସଭା ଭବନରେ ଅନୁଷ୍ଠିତ ହେବ । ଭିଡିଓ କଂନଫରେନ୍ସି ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟତଃ ପଞ୍ଚାୟତରାଜ,ଉଚ୍ଚଶିକ୍ଷା,ଆଇନ୍‌,ଗୃହ ଓ ନଗର ଉନ୍ନୟନ,ରାଜସ୍ୱ ବିଭାଗର ପ୍ରାୟ ୧୧ ଟି ପ୍ରସ୍ତାବ ଉପରେ ମୋହର ଲାଗି ପାରେ। ଭର୍ଚ୍ଚୁଆଲ ମୋଡରେ ହେଉଥିବା ଏହି ବୈଠକରେ ନିଜ ଜିଲାରେ ଥିବା ମନ୍ତ୍ରୀ ମାନେ ଜିଲାପାଳ ଅଫିରୁ ଯୋଗ ଦେବେ । ତେବେ ଗତକାଲି ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ କାରଣରୁ ଆଜି ବୈଠକ ନହୋଇପାରେ ବୋଲି ଆଲୋଚନା ହେଉଥିଲେ ମଧ୍ୟ କୌଣସି ସବିଶେଷ ସୂଚନା ମିଳିପାରି ନାହିଁ।  ରାଜ୍ୟରେ ଆଉ କିଛି ଦିନ ମଧ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହେଉଥିବାରୁ ଗତ କିଛି ଦିନ ମଧ୍ୟରେ ରାଜ୍ୟ ସରକାର ଘନଘନ କ୍ୟାବିନେଟ ବୈଠକ ଡାକି ବିଭିନ୍ନ ଯୋଜନାରେ ଲୋକମାନଙ୍କୁ ସହାୟତା ଘୋଷଣା କରି ରାଜ୍ୟ ସରକାରଙ୍କ ପ୍ରତି ଭୋଟରଙ୍କୁ ଆକୃଷ୍ଟ କରିବହାକୁ ଚେଷ୍ଟା ଚଳାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଗତ କ୍ୟାବିନେଟ ବୈଠକ ଗୁଡିକରେ ସରକାରଙ୍କ ନିଷ୍ପତି ଅନୁଯାୟୀ ବିଜୁ ପକା ଘର ପାଇଥିବା ହିତାଧୀକାରୀଙ୍କୁ ସରକାର ମରାମତି ପାଇଁ ଆର୍ଥୀକ ସହାୟତା ପ୍ରଦାନ କରିଥିଲେ । ସେହିପରି ଉଠା ଦୋକାନୀ ମାନଙ୍କୁ ମଧ୍ୟ ଆର୍ଥୀକ ସହାୟତା ପ୍ରଦାନ କରିଥିଲେ ଏବଂ ରାସନ କାର୍ଡଧାରୀ ମାନଙ୍କୁ ମଧ୍ୟ କୋଭିଡ ସହାୟତା ମାଧ୍ୟମରେ ଅର୍ଥୀକ ସହାୟତା ପ୍ରଦାନ କରିଥିଲେ । ତେବେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ହୋଇପାରେ। 

Leave A Reply

Your email address will not be published.