ନୂଆବର୍ଷରେ ନୂଆ ଆଶା :ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ପାଇଁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼

ପୁରୀ,ଜାନୁଆରୀ ୧ : ନୂଆବର୍ଷ ଓ ନୂଆ ଆଶାକୁ ନେଇ ଆସିଛି ୨୦୨୨ । ୨୦୨୧ କୁ ବିଦାୟ ଦେଇ ଏବେ ୨୦୨୨ରେ ପାଦ ଥାପିଲେ ସମସ୍ତେ । ଚାରିଆଡ଼େ ଉତ୍ସବ ମୂଖର ହୋଇପଡ଼ିଛି କିନ୍ତୁ କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ଏହା ଫିକା ପଡ଼ିଯାଇଛି । ସୋସିଆଲ ମିଡ଼ିଆରେ ଅଭିନନ୍ଦନ ଜଣାଉଛନ୍ତି ସାଧାରଣ ଲୋକମାନେ । ତେବେ ଏହାରି ଭିତରେ ଜଗତର ନାଥ ଜଗନ୍ନାଥଙ୍କ ସାନିଧ୍ୟ ଲାଭ କରିବା ପାଇଁ ପୁରୀ ପହଂଚିଛନ୍ତି ଭକ୍ତାଳୁ । କରୋନା କଟକଣା ପାଇଁ ଯଦିଓ ମନ୍ଦିର ଭିତରକୁ ପ୍ରବେଶ ମନା ତଥାପି ସିଂହଦ୍ବାର ସମ୍ମୁଖରେ ଥାଇ ପତିତପାବନ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ପାଇଁ ବେଳାଭୂମିରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । 

Leave A Reply

Your email address will not be published.