ଭିଜିଲାନ୍ସ ଜାଲରେ ବ୍ରହ୍ମଗିରି କୋପୋରେଟିଭ୍ ସୋସାଇଟିର ପୂର୍ବତନ ଉପପ୍ରବନ୍ଧକ

ବ୍ରହ୍ମଗିରି : ବ୍ରହ୍ମଗିରି କୋପୋରେଟିଭ୍ ସୋସାଇଟିର ପୂର୍ବତନ ଏଆରସିଏସ ରାଜକିଶୋର ପରିଡାଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମଗିରି ସମେତ ୫ଟି ସ୍ଥାନରେ ଏହି ରେଡ ଚାଲିଛି । ବ୍ରହ୍ମଗିରିର କଲେଜ ଛକ ସ୍ଥିତ ଘରେ ରେଡ ଭିଜିଲାନ୍ସ ଟିମର ୭ ଜଣିଆ ଟିମ୍ ଏହି ଚଢାଉ କରୁଛି । ସେପଟେ, ଘର ଛାତ ଉପରେ ସୁମିଂ ପୁଲ ବନାଇଥିଲେ ଏହି କରିତକର୍ମା କନେଷ୍ଟବଳ । ଆୟବହିର୍ଭୁକ୍ତ ସଂପତି ଠାବ ପରେ ଭିଜିଲାନ୍ସ ଚଢ଼ାଉ କରିଛି । ବାରିପଦା ରିଜର୍ଭ ପୁଲିସ ଲାଇନରେ କାମ କରୁଥିବା କନେଷ୍ଟବଳ ନିହାର ରଂଜନ ଦଣ୍ଡପାଟ ଙ୍କର ୧ କୋଟି ୨୭ ଲକ୍ଷରୁ ଅଧିକ ଟଙ୍କାର ସଂପତି ଠାବ କରିଛି ପୁଲିସ । ସବୁଠୁ ବଡ଼ କଥା ହେଉଛି, ବାରିପଦା ଟାଉନରେ ତାଙ୍କର ତିନିମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର ରହିଛି । ଆଉ ଘର ଛାତ ଉପରେ ରହିଛି ସୁମିଂ ପୁଲ୍ । କନେଷ୍ଟବଳ ଚାକିରିରେ ବେଶ ଅୟସ ଆରାମରେ ଦିନ କାଟୁଥିଲେ ଏହି ପୁଲିସ କର୍ମଚାରୀ । କେଉଁଠି ଏତେ ଟଙ୍କା ଆଣିଲେ, ଏହାର ହିସାବ ଦେଇପାରିନାହାନ୍ତି ନିହାର ରଂଜନ ଦଣ୍ଡପାଟ । କେବଳ ସେତିକି ନୁହେଁ, ଏହି କନେଷ୍ଟବଳଙ୍କ ସଂପତି ସମସ୍ତଙ୍କୁ ତାଜୁବ କରିଦେବ । ୨ଟି ପ୍ଲଟ, ୨ଟି ବିଳାସପୂର୍ଣ୍ଣ କାର, ୩ଟି ତିନି ଚକିଆ ଯାନ, ୪ଟି ବାଇକ୍, ସାଇବର ଆଉଟଲୁକ ନାଁରେ କମ୍ପୁଟର ଉପକରଣ ଷ୍ଟୋର, ଟେଉଁଠି ରହିଥିଲା ୧୩ ଲକ୍ଷରୁ ଅଧିକ ଟଙ୍କାର ସମାଗ୍ରୀ, ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା । ଏହାସହ ବୀମା, ବ୍ୟାଙ୍କ ଡିପୋଜିଟ୍ ଠାବ କରିଛି ଭିଜିଲାନ୍ସ । ବାରିପଦା ରିଜର୍ଭ ପୁଲିସ ଲାଇନରେ କାମ କରୁଥିବା କନେଷ୍ଟବଳ ନିହାର ରଂଜନ ଦଣ୍ଡପାଟଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବାରିପଦା ଭିଜିଲାନ୍ସ ସ୍ପେଶାଲ୍ ଜଜ୍ଙ୍କ ସର୍ଚ୍ଚ ୱାରେଂଟ ବଳରେ ଏହି ଚଢ଼ାଉ କରାଯାଇଥିଲା । ୯ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୫ ଜଣ ଏସ୍ଆଇ ଏବଂ ଅନ୍ୟ କର୍ମଚାଙ୍ମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ୧କୋଟି ୨୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସଂପତି ଠାବ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.