ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ, ଘନୀଭୂତ ହୋଇ ଆଗାମୀ ୩୬ ଘଣ୍ଟାରେ ହେବ ଅବପାତରେ ପରିଣତ

ଭୁବନେଶ୍ୱର : ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ । ଆରବ ସାଗରରେ ସୃଷ୍ଟି ହେବ ଲଘୁଚାପ । ପୂର୍ବକେନ୍ଦ୍ରୀୟ ଆରବ ସାଗର ପାର୍ଶ୍ବବର୍ତ୍ତୀ ଉତ୍ତର କର୍ଣ୍ଣାଟକ ଓ ଗୋଆ ଉପକୂଳ ଅଞ୍ଚଳରେ ବାୟୂମଣ୍ଡଳର ମଧ୍ୟଭାଗ ଯାଏଁ ସକ୍ରିୟ ରହିଛିଛ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ଭିତରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ଲଘୁଚାପ କ୍ଷେତ୍ର ଉତ୍ତର ଦିଗରେ ଗତି କରିବ । ଆହୁରି ଘନୀଭୂତ ହେବା ସହ ଏହା ପରବର୍ତ୍ତୀ ୩୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଅନ୍ୟପଟେ ମେ ୨୭ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଇପାରେ । ପରବର୍ତ୍ତୀ ସମୟରେ ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିଛି ।  ଆଉ ତିନି ଦିନ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ତାତି ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

057 code kasam
Leave A Reply

Your email address will not be published.