ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଅଫସିଆଲ୍ ଟୁଇଟର ଆକାଉଣ୍ଟ ହ୍ୟାକ୍

ହ୍ୟାକ୍ ହେଲା କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଅଫିସିଆଲ୍ ଟୁଇଟର ଆକାଉଣ୍ଟ । ବୁଧବାର ସକାଳୁ କିଛି ସମୟ ପାଇଁ ଏହି ଆକାଉଣ୍ଟ ହ୍ୟାକ୍ ହୋଇଯାଇଥିବା ସୂଚନା ମିଳିଛି । ହ୍ୟାକର୍ସ ଏହି ଅଫିିିସିଆଲ୍ ଟୁଇଟର ଆକାଉଣ୍ଟକୁ କିଛି ସମୟ ପାଇଁ ହ୍ୟାକ୍ କରିବା ସହିତ ଏହାର ନାମ ପରିବର୍ତ୍ତନ କରି ଦେଇଥିଲେ । ଏହାର ନାମ ପରିବର୍ତ୍ତନ କରି ସେ ଇଂରାଜୀରେ ଏଲନ୍ ମାସ୍କ ଲେଖିଥିଲେ । ଖାଲି ସେତିକି ନୁହେଁ, ହ୍ୟାକର୍ସମାନେ ଏହି ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କରି ଏହି ସ୍ଥାନରେ ଏକ ମାଛର ଫଟୋକୁ ପ୍ରୋଫାଇଲ୍ ଫଟୋ ରଖିଥିଲେ । ତେବେ କିଛି ସମୟ ପରେ ଏହି ହ୍ୟାକିଙ୍ଗକୁ ରି-ଷ୍ଟୋର କରିଦିଆଯାଇଛି । ତା ସହିତ ହ୍ୟାକିଂ ପରେ ହୋଇଥିବା ଅନେକ ଟୁଇଟକୁ ମଧ୍ୟ ହଟାଇ ଦିଆଯାଇଛି । ଅନୁମାନ କରାଯାଉଛି, ଯେଉଁ ହ୍ୟାକସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ୍ କରିଥିଲେ , ଏହି କାମ ସେହି ଗୋଷ୍ଠୀର ହୋଇଥାଇପାରେ । କାହିଁକି ଏଥର ମଧ୍ୟ ସେହିଭଳି କଣ୍ଟେଣ୍ଟ ଦେଖିବାକୁ ମିଳିଛି, ଯାହା ପୂର୍ବଥର ହ୍ୟାକିଂ ବେଳେ ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ଅଫସିଆଲ୍ ଟୁଇଟର ଆକାଉଣ୍ଟ ହ୍ୟାକ୍ ହେବା ଦେଖିବାକୁ ମିଳିସାରିଛି । ସୂଚନା ମିଳୁଛି, ପାସୱାର୍ଡରେ କିଛି ଏପଟସେପଟ କରାଯାଇଥିବାରୁ ଏପରି ହୋଇଥାଇପାରେ । ନଚେତ୍ ହ୍ୟାକିଂ ସହିତ ଜଡିତ କିଛି ଲିଙ୍କ୍ ଉପରେ କ୍ଲିକ୍ କରିଥିବାରୁ ଏପରି ହୋଇଥାଇପାରେ । ତେବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଆକାଉଣ୍ଟ ହ୍ୟାକ୍ ହେବା ପରେ ତତକ୍ଷଣାତ୍ ଭାରତୀୟ କମ୍ପ୍ୟୁଟରର ଜରୁରୀକାଳୀନ ଟିମ ଏହାକୁ ରିଷ୍ଟୋର କରିନେଇଛନ୍ତି । ଆକାଉଣ୍ଟ ଠିକ୍ ହେବା ନେଇ ଆଇଟି ମନ୍ତ୍ରାଳୟ ପକ୍ଷରୁ ଟୁଟ୍ କରି ସୂଚନା ଦିଆଯାଇଛି ।

Leave A Reply

Your email address will not be published.