କୋଭିଡ-୧୯ କାରଣରୁ ମହାରାଷ୍ଟ୍ରରେ ପ୍ରାଣ ହରାଇଲେ ୨୬୫ ପୋଲିସ କର୍ମଚାରୀ

ମୁମ୍ବାଇ, ଜାନୁଆରୀ ୧୩ : କରୋନା ଭାଇରସ ସମଗ୍ର ବିଶ୍ବବାସୀଙ୍କୁ ଆତଙ୍କିତ କରି ରଖିଛି। ପ୍ରଥମ ଓ ଦ୍ବିତୀୟ ଲହର ତୁଳନାରେ ବର୍ତ୍ତମାନ ୩ୟ ଲହର ଅଧିକ ଚିନ୍ତା ବଢ଼ାଉଛି। ଚଳିତ ମାସର ୧ ତାରିଖ ଠାରୁ ଆଜି (ଜାନୁଆରୀ ୧୩) ପର୍ଯ୍ୟନ୍ତ ସଂକ୍ରମଣ ଆହୁରି ଉପରମୁହାଁ ହୋଇଛି। ମହାରାଷ୍ଟ୍ର ପୋଲିସ ପକ୍ଷରୁ କୁହାଯାଇଛି‌ ଯେ କୋଭିଡ-୧୯ କାରଣରୁ ରାଜ୍ୟରେ ୨୬୫ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏଥିରୁ ମୁମ୍ବାଇରେ ସର୍ବାଧିକ ଅଛନ୍ତି। ମୁମ୍ବାଇରେ ଏପର୍ଯ୍ୟନ୍ତ ୧୪୬ ଜଣ ପୋଲିସ କର୍ମଚାରୀ କରୋନା କାରଣରୁ ପ୍ରାଣ ହରାଇଛନ୍ତି। ରାଜ୍ୟର ବିଭିନ୍ନ ପୋଲିସ କାର୍ଯ୍ୟାଳୟରେ ମୁତୟନ ଥିବା ୨୧୪୫ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ୩ୟ ଲହର ସମୟରେ ମହାରାଷ୍ଟ୍ରରେ ଗତକାଲି ସର୍ବାଧିକ ୪୬ ହଜାର ୭୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ମହାରାଷ୍ଟ୍ରରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୬୫୦ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଏଥି ସହିତ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ୧୨୨ରେ ପହଞ୍ଚିଛି।

057 code kasam
Leave A Reply

Your email address will not be published.