ସମାଧାନ କରିବେ ରାଧା ମୋହନ

କନ୍ଧମାଳ:- ଆଜି ଫ୍ରେଣ୍ଡସ୍ ଯୁବକ ସଂଘ ,ଫୁଲବାଣୀ ର ଯୁବକ ମାନେ କନ୍ଧମାଳ ପିପୂଲସ୍ ଫୋରମ୍ KPF ର ସଭାପତି ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଙ୍କୁ ତାଙ୍କ ବାସ ଭବନ ରେ ସାକ୍ଷାତ କରିଛନ୍ତି। ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହିତ ସଙ୍ଘ ର ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଯୁବକ ସଂଘ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଛୁ ଓ ଆଗକୁ ଜାରି ରଖିବୁ ବୋଲି KPF ସଭାପତି ଙ୍କୁ କହିବା ପରେ ସେ ଏହି ମହତ କାର୍ଯ୍ୟ କୁ ଜାରି ରଖିବାକୁ କହିଥିଲେ। କ୍ଳବ୍ ର ଯେଉଁ ସମସ୍ୟା ଗୁଡ଼ିକ ରହିଛି ତାକୁ ସମାଧାନ କରିବା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି। ଶ୍ରୀଯୁକ୍ତ ମହାପାତ୍ର ଯୁବକ ମାନଙ୍କୁ ସମାଜ ର ଅବହେଳିତ ଓ ଗରିବ ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ। ପ୍ରତିଶୃତି ପରେ କ୍ଳବ୍ ର ସମସ୍ତ ସଦସ୍ୟ ଖୁସି ବ୍ୟକ୍ତ କରିଛନ୍ତି ଓ ସଭାପତି ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଭିନ୍ନ ସମୟରେ ଫୁଲବାଣୀ ସହର ସମେତ ସାରା କନ୍ଧମାଳ ଜିଲ୍ଲାର ଲୋକମାନେ ତାଙ୍କ ସମସ୍ୟା ସମାଧାନ ପାଇଁ KPF ସଭାପତି ଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.