‘ମୁଁ ବିଶ୍ୱର ସବୁଠୁ ମିଠା ଆତଙ୍କବାଦୀ’ 

ନୂଆଦିଲ୍ଲୀ,୧୮/୦୨: କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଶୁକ୍ରବାର ଭତିଣ୍ଡାରେ ଜବାବ ରଖିଛନ୍ତି କେଜ୍ରିଓ୍ୱାଲ । ସବୁ ଦୁର୍ନୀତିଗ୍ରସ୍ତ ଆପକୁ ହରାଇବା ପାଇଁ ଓ ଭଗବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନ କରାଇଦେବାକୁ ଏକାଠି ହୋଇଥିବା କହିଛନ୍ତି । କେଜ୍ରିଓ୍ୱାଲ କହିଛନ୍ତି ଯେ, ମୋଦୀ, ରାହୁଲ ଗାନ୍ଧୀ ସମସ୍ତେ ଆପକୁ ହରାଇବାକୁ ଆସିଛନ୍ତି । ସମସ୍ତେ ଗୋଟିଏ ପ୍ରକାର କଥା କହୁଛନ୍ତି । ରାତିରେ ଫୋନ କରି ପରସ୍ପର ସହ କଥା ହୋଇ ସକାଳୁ ସମାନ କଥା କହୁଛନ୍ତି । ସେହିପରି କୁମାର ବିଶ୍ୱାସଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ, କୁମାର ବିଶ୍ୱାସ ଗୋଟିଏ ଦିନ ଗୀତ ଶୁଣାଇଲେ । ପ୍ରଧାନମନ୍ତ୍ରୀ ଏହା ଉପରେ ଧ୍ୟାନ ଦେଇଥିଲେ । ଏହାପରେ ବିଶ୍ୱାସ ତାଙ୍କୁ ଆତଙ୍କବାଦୀ କହିଥିଲେ । ଆତଙ୍କବାଦୀ କେବେ ବିକାଶ କଥା କୁହେ ନାହିଁ । ସେ ହେଉଛନ୍ତି ବିଶ୍ୱର ସବୁଠୁ ମିଠା ଆତଙ୍କବାଦୀ ଯିଏକି ପଞ୍ଜାବରେ ସ୍କୁଲ କଲେଜ କରିବ କହୁଛି । ଭଲ ହସ୍ପିଟାଲ ତିଆରି କରିବ । ଶସ୍ତାରେ ବିଜୁଳି ଦେବ ଓ ରୋଜଗାର ଦେବ । କିନ୍ତୁ ପୁରା ବ୍ୟବସ୍ଥା ତାଙ୍କ ବିରୋଧରେ ରହିଛି । ସେ ଆହୁରି କହିଛନ୍ତି ଯେ, ବିକାଶ କଥା କହୁଥିବା ଲୋକ କିଛି ଜଣଙ୍କୁ ଆତଙ୍କବାଦୀ ଭଳି ଦେଖାଯାଉଛି । ଯଦି ସେ ଆତଙ୍କବାଦୀ ତେବେ ତାଙ୍କୁ ଗିରଫ କଣ ପାଇଁ କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏକଥା ଶୁଣି ତାଙ୍କୁ ହସ ଲାଗୁଥିବା ସେ କହିଛନ୍ତି ।

Leave A Reply

Your email address will not be published.