ଆତଙ୍କବାଦୀ ମାନଙ୍କୁ ଛଡ଼ାଯିବ ନାହିଁ, କଳ୍ପନାଠାରୁ ମଧ୍ୟ ବଡ଼ ଦଣ୍ଡ ପାଇବେ : ମୋଦି

ଦିଲ୍ଲୀ :  ଭାରତ ଓ ପାକିସ୍ତାନ ଉତ୍ତେଜନା ଭିତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଆତଙ୍କବାଦୀମାନେ କଳ୍ପନାଠାରୁ ମଧ୍ୟ ବଡ଼ ଦଣ୍ଡ ପାଇବେ।  ମୋଦି ପ୍ରଥମେ ପହଲଗାମରେ ମୃତକଙ୍କୁ ହାତଯୋଡି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତା’ପରେ ତାଙ୍କ ଭାଷଣ ଆରମ୍ଭ କରିଥିଲେ । ସେ ପ୍ରଥମେ ଭାରତର ପରାକ୍ରମୀ ସେନାର ବୀରତା, ସାହସକୁ ସ୍ୟାଲୁଟ୍ କରିଛନ୍ତି ।  ଗୁଇନ୍ଦା ଏଜେନ୍ସି ଓ ବୈଜ୍ଞାନିକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଯବାନଙ୍କ ପରାକ୍ରମକୁ ଦେଶର ମାତାଙ୍କ ପାଇଁ ସମର୍ପିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ବର୍ବରକାଣ୍ଡ ଘଟଣାଇଥିଲେ ।  ଛୁଟି କାରିବାକୁ ଯାଇଥିବା ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ପରିବାର ସାମ୍ନାରେ ଧର୍ମ ପଚାରି ହତ୍ୟା କରିଥିଲେ ।  ଏହା ସବୁଠୁ ବୀଭତ୍ସ ଓ କ୍ରୁର ଥିଲା । ଯାହାଫଳରେ ଆତଙ୍କୀଙ୍କ ବିରୋଧରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଥିଲା ।ସରକାରଙ୍କଠାରୁ ବିରୋଧୀ ଓ ଦେଶବାସୀ ଏକ ହୋଇ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ମା’, ଭଉଣୀଙ୍କ ମଥାରୁ ଯେଉଁ ସିନ୍ଦୂର ଲିଭି ଥିଲା ତା’ର ପ୍ରତିଶୋଧ ପାଇଁ ସ୍ବର ଉଠିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.