ଆକାଶରେ ଦେଖାଗଲା ଏଲିୟନଙ୍କ ବିମାନ

ଲାହୋର, ୨୪|୦୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଆକାଶରେ ୟୁଏଫଓ ବା ଏଲିୟନଙ୍କ ଯାନ ଦେଖିଥିବା ଦାବି କରୁଛନ୍ତି । ଯାହାର ଭିଡିଓ ମଧ୍ୟ ରେକର୍ଡ କରାଯାଇଛି । ବ୍ରିଟିଶ ଗଣମାଧ୍ୟମ ଦି ସନ୍ ଅନୁସାରେ, ୩୩ ବର୍ଷୀୟ ଅର୍ସଲାନ ବାରାଇଚ୍ ଏହି ଏଲିୟନ ଯାନର ୧୨ ମିନିଟ୍ ଧରି ଭିଡିଓ କରିଛନ୍ତି । ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅର୍ସଲାନ କହିଛନ୍ତି ଯେ, ସେ ଜାଣି ନାହାଁନ୍ତି ଏହା କଣ । ସେ ତାକୁ ୧୨ ମିନିଟ୍ ଧରି ମୋବାଇଲରେ ଉତ୍ତୋଳନ କରିଥିଲେ । ଆକାଶରେ ଏହି ବସ୍ତୁ ୨ ଘଣ୍ଟା ଧରି ଦେଖାଯାଇଥିଲା । ଯାହା ତ୍ରିକୋଣୀୟ ହୋଇଥିବା ସହ ରଙ୍ଗ କଳା ଥିଲା । ଖାଲି ଆକାରରେ ଏହା ଗୋଲାକାର ଦିଶୁଥିବା ବେଳେ ମୋବାଇଲରେ ତ୍ରିକୋଣୀୟ ଦେଖାଯାଉଥିଲା । ଆଉ କିଛି ବ୍ୟକ୍ତି କହୁଛନ୍ତି ଯେ, ଏହା ଏଲିୟନଙ୍କ ଯାନ ଥିଲା । ଯାହା ୪ ମିନିଟ ପାଇଁ ତଳକୁ ଆସିଥିଲା । ଏହାପରେ ଉପରକୁ ଯାଇ ଗାଏବ ହୋଇଯାଇଥିଲା ।ଅର୍ସଲାନ  ଆହୁରି କହିଛନ୍ତି ଯେ, ମହାକାଶରେ ଅସଂଖ୍ୟ ତାରା ଓ ଗ୍ରହ ରହିଛନ୍ତି । ଯାହାର ଗଣନା କରିବା ଅସମ୍ଭବ । ମନୁଷ୍ୟଠୁ ଆହୁରି ଅଧିକ ଚାଲାକ ଓ ବିକଶିତ ପ୍ରଜାତି ମଧ୍ୟ ରହିଥାଇ ପାରନ୍ତି । ସେମାନେ ଆମଠୁ ଶହଶହ ବର୍ଷ ଆଗୁଆ ଥାଇପାରନ୍ତି । କେହି କେହି ପୃଥିବୀକୁ ବୁଲିବାକୁ ଆସୁଛନ୍ତି । ତେବେ ଏହି ୟୁଏଫଓକୁ ନେଇ କୌଣସି ଅନ୍ତର୍ଜାତୀୟ ସଂସ୍ଥା ପ୍ରତିକ୍ରିୟା ଦେଇନାହିଁ ।

Leave A Reply

Your email address will not be published.