ପାକିସ୍ତାନର ଭୁଲ୍ କାମ ପାଇଁ ତାକୁ ଉଚିତ୍ ଶିକ୍ଷା ଦେବାକୁ ଚାହୁଁଛୁ, ସେଥିପାଇଁ ଆମେ ସେନାବାହିନୀରେ ଯୋଗ ଦେବୁ

ଚଣ୍ଡିଗଡ଼ – ଚାଲିଛି ଭାରତ ପାକିସ୍ତାନ ମଧ୍ୟରେ ଜେରାଦାର ଲଢ଼େଇ । ପହଲଗାମ୍ ଆକ୍ରମଣ ପରେ ଯୁଦ୍ଧ ବିରତି ନିୟମ ଉଲଂଘନ କରି ପାକିସ୍ତାନ ଭାରତ ସୀମାରେ ଗୁଳି ମାଡ କରିଥିଲା । ଏହାର ଜବାବରେ ଭାରତ ମଧ୍ୟ ପ୍ରତି ଆକ୍ରମଣ କରିଛି । ପାକିସ୍ତାନ ବିରୋଧରେ ଭାରତ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିବାବେଳେ ପାକିସ୍ତାନ ଏହାର ଜବାବରେ ଆରମ୍ଭ କରିଛି ’ଅପରେସନ୍ ବୁନୟାଦ୍ ଅଲ୍ ମରସୁସ୍’ । ଏହି ଅପରେସନ୍ କ୍ରମରେ ପାକିସ୍ତାନ ଲଗାତାର ଡ୍ରୋନ୍ ଆଟାକ କରୁଛି । ଯାହାର ଜବାବ ଦେଉଛି ଭାରତ । ତେବେ ଆପଣ ଭାବୁଥିବେ ପାକିସ୍ତାନର ଏହି ଅପରେସନର ଅର୍ଥ କ’ଣ? ପାକିସ୍ତାନ ଆରମ୍ଭ କରିଥିବା ‘ଅପରେସନ୍ ବୁନୟାଦ୍ ଅଲ୍ ମରସୁସ୍’ କୋରାନରୁ ଆସିଛି । ଏହାର ଅର୍ଥ ହେଉଛି ମଜବୁତ ପ୍ରାଚୀର ଯାହାକୁ କେହି ଭେଦି ପାରିବେ ନାହିଁ । ପାକିସ୍ତାନ ନିଜର ଏହି ଅଭିଯାନରେ ଲଗାତାର ଭାରତ ସୀମାରେ ଗୁଳି ବର୍ଷା କରିବା ସହ ଡ୍ରୋନ ଆକ୍ରମଣ କରୁଛି । ଫଳରେ ସୀମାବର୍ତ୍ତୀ ଇଲାକାରେ ନିରୀହ ଜନତାଙ୍କର ଜୀବନ ଯାଉଛି । ହେଲେ ଭାରତ କେବଳ ଏହାର ଜବାବ ଦେଉଛି। ଶନିବାର ମଧ୍ୟରାତ୍ରରେ ପାକିସ୍ତାନ ଲଗାତାର ଭାରତ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ରାତି ପ୍ରାୟ ୧.୪୦ ସମୟରେ ପଞ୍ଜାବ ଏୟାର୍‌ବେସ୍‌ ଉପରେ ପାକିସ୍ତାନ ଏକ ‘ହାଇ-ସ୍ପିଡ୍‌’ ମିସାଇଲ୍‌ ପ୍ରୟୋଗ କରିଛି। ଅନ୍ୟପ‌ଟେ ଭାରତ ରାୱଲପିଣ୍ଡିର ନୁର ଖାନ, ଚକୱାଲର ମୁରିଦ ଏବଂ ଶୋରକୋଟର ରଫିକିରେ ଚାରୋଟି ପ୍ରମୁଖ ପାକିସ୍ତାନୀ ବାୟୁସେନା ଘାଟି ଉପରେ ରାତିସାରା ଆକ୍ରମଣ କରିଥିଲା । ଯାହା ସାମରିକ ଭିତ୍ତିଭୂମିକୁ ବହୁତ କ୍ଷତି ପହଞ୍ଚାଇଛି । ତେବେ ପାକିସ୍ତାନ ବିଭିନ୍ନ ଧର୍ମାନୁଷ୍ଠାନକୁ ଟାର୍ଗେଟ କରୁଛି । କିନ୍ତୁ ଏହାରି ଭିତରେ ସାଧାରଣ ଜନତା ରାଗିକି ରହିଛନ୍ତି । ଏବଂ ନିଜେ ନିଜ ଇଚ୍ଛାରେ ସେନା ବାହିନୀରେ ଯୋଗ ଦେବାକୁ ଚାହୁଁଛନ୍ତି । ଏବଂ ପାକିସ୍ତାନର ଭୁଲ୍ କାମ ପାଇଁ ତାକୁ ଉଚିତ୍ ଶିକ୍ଷା ଦେବାକୁ ଚାହୁଁଛନ୍ତି । ଜମ୍ମୁର ରୂପ ନଗର ଅଞ୍ଚଳରେ ଏକ ମନ୍ଦିରକୁ ଟାର୍ଗେଟ କରାଯିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଢେରେଜନା ବୃଦ୍ଧି ପାଇଛି। କୌଣସି ଜୀବନ ହାନି ହୋଇନାହିଁ, କିନ୍ତୁ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଭାରତର ୨୬ଟି ସ୍ଥାନରେ ଆକ୍ରମଣ ହେବା ପରେ ଭାରତ ପାକିସ୍ତାନୀ ବାୟୁସେନା ଘାଟି ଉପରେ ଆକ୍ରମଣ କରି ପ୍ରତିଶୋଧ ନେଇଛି। ସଶସ୍ତ୍ର ଡ୍ରୋନଗୁଡ଼ିକ ସାଧାରଣ ନାଗରିକ ଅଞ୍ଚଳକୁ ଟାର୍ଗେଟ କରି ବାସିନ୍ଦାଙ୍କୁ ଆହତ କରିଛି । ପାକିସ୍ତାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଚଣ୍ଡିଗଡ଼ ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବକମାନଙ୍କୁ ଆହ୍ୱାନ କରିଛନ୍ତି । ଚଣ୍ଡିଗଡ଼ର ଡେପୁଟି କମିଶନର ନିଶାନ୍ତ କୁମାର ଏହି ଆବେଦନ ଜାରି କରି ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ନାଗରିକମାନଙ୍କୁ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଛନ୍ତି । ଆଗ୍ରହୀମାନେ ମେ ୧୦ ତାରିଖ ସକାଳ ୧୦ ଟାରେ ଟାଗୋର ଥିଏଟରରେ ପହଞ୍ଚିପାରିବେ । ନାଗରିକ ମାନେ ମଧ୍ୟ ସେନାବାହିନୀରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ ଅଛନ୍ତି । ଚଣ୍ଡିଗଡ଼ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି । ଏବଂ ସହରର ବ୍ୟବସାୟୀମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗଚ୍ଛିତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନ ସମସ୍ତ ବ୍ୟବସାୟୀଙ୍କୁ ତିନି ଦିନ ମଧ୍ୟରେ ସେମାନଙ୍କର ବର୍ତ୍ତମାନର ଷ୍ଟକ୍ ଘୋଷଣା କରିବାକୁ କହିଛନ୍ତି । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଏକ ସରକାରୀ ନୋଟିସରେ କୁହାଯାଇଛି ଯେ, “କୌଣସି ବ୍ୟକ୍ତି, ବ୍ୟବସାୟୀ, ହୋଲସେଲର୍, ଖୁଚୁରା ବ୍ୟବସାୟୀ କିମ୍ବା ବ୍ୟବସାୟିକ ସଂସ୍ଥା ଚାଉଳ, ଗହମ, ଚିନି, ଖାଇବା ତେଲ, ପନିପରିବା, କ୍ଷୀର ଉତ୍ପାଦ, ଔଷଧ, ପେଟ୍ରୋଲ ଏବଂ ଡିଜେଲ ସମେତ ଇନ୍ଧନ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଖାଦ୍ୟ ସାମଗ୍ରୀର ଗଚ୍ଛିତ କିମ୍ବା ଗଚ୍ଛିତ କରିପାରିବେ ନାହିଁ। ଏହି ଆଦେଶ ୯ ମଇ, ୨୦୨୫ ମଧ୍ୟରାତ୍ରରୁ କାର୍ଯ୍ୟକାରୀ ହେବ ଏବଂ ୭ ଜୁଲାଇ, ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ।

Leave A Reply

Your email address will not be published.