ଶୋଇଥିବାବେଳେ ଲାଗିଲା ନିଆଁ, ୧୩ ବଖରା ପୋଡି ପାଉଁଶ

କେନ୍ଦ୍ରାପଡା ୨୨/୦୩: କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ବଜାର ସ୍ଥିତ ଦଳିତ ସାହିରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ସୋମବାର ମଧ୍ୟରାତ୍ରିରେ ସମସ୍ତେ ଶୋଇଥିବା ବେଳେ ନିଆଁ ଲାଗିଥିବା ଜଣାପଡିଛି । ତେବେ ଇଲେକ୍ଟ୍ରି ସର୍ଟସର୍କିଟ ଯୋଗୁ କିମ୍ବା ଧାନ ଉଁସା ଚୁଲି ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ହରିହର ମଳିକ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନେ ପରସ୍ପର ଠାରୁ ଅଲଗା ହୋଇ ଗୋଟିଏ ଖଞ୍ଜାରେ ରହୁଥିଲେ । ଅଗ୍ନିକାଣ୍ଡରେ ଘରର ସମସ୍ତଙ୍କର ଆସବାବପତ୍ର ଓ ଧାନ ଚାଉଳ ପ୍ରଭୃତି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି।

Leave A Reply

Your email address will not be published.