ପୌର ଭୋଟ ପୂର୍ବରୁ ନିର୍ବାଚନୀ ହିଂସା

ବଲାଙ୍ଗୀର ୨୪।୦୩ : ପୌର ଭୋଟ ପୂର୍ବରୁ ବଲାଙ୍ଗୀରରେ ନିର୍ବାଚନୀ ହିଂସା। ସହରର ୧୩ ନମ୍ବର ଓ୍ବାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି । ଦୁଇ ଜଣ ଗୁରୁତର ହୋଇଥିବା ବେଳେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କିଛି ଯୁବକ ଭୋଟ ପାଇଁ ଟଙ୍କା ବାଣ୍ଟୁଥିବା ବେଳେ ସେମାନଙ୍କୁ ଅନ୍ୟ ଦଳର କିଛି ଯୁବକ ଓ ପ୍ରାର୍ଥୀ ମନା କରିବା ସହ ବିରୋଧ କରିଥିଲେ । ଏହି ସମୟରେ ଟଙ୍କା ବାଣ୍ଟୁଥିବା ଦଳର ଯୁବକମାନେ ସେମାନଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ପରେ ପାଖରେ ଧରିଥିବା କିଛି ମାରଣାସ୍ତ୍ରରେ ସମସ୍ତଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି  । ଦୁଇ ଗୁରୁତର ହେଲେ ବଲାଙ୍ଗୀର ୧୩ ନମ୍ବର ଓ୍ବାର୍ଡର ରଞ୍ଜିତ ବାଗ ଓ ପିଣ୍ଟୁ ଭୋଇ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ପାଖରେ ଅନ୍ୟ ଦଳର ପ୍ରାର୍ଥିନୀ ମଧ୍ୟ ରହିଥିବା ବେଳେ ଭୟରେ ସେଠାରୁ ଚାଲିଆସିଥିଲେ। ତେବେ ଏହାକୁ ନେଇ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ ହୋଇଛି। ଉଭୟ ଯୁବକଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।  ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲ୍ଲା ସ୍ଥାନାନ୍ତର କରାଯାଇପାରେ ବୋଲି କହିଛନ୍ତି ଡାକ୍ତର। ପୋଲିସ  ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.