ଟଙ୍କା ବାଣ୍ଟୁଥିଲେ ପ୍ରାର୍ଥୀଙ୍କ ସ୍ୱାମୀ ! ଅଟକ ସହ ୨୫ ହଜାରରୁ ଅଧିକ ଟଙ୍କା ଜବତ

ଭଦ୍ରକ ୨୪।୦୩ : ନିର୍ବାଚନ ପାଇଁ ଟଙ୍କା ବଣ୍ଟା ଅଭିଯୋଗ । ଟଙ୍କା ବାଣ୍ଟିବା ଅଭିଯୋଗରେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ଓ୍ୱାର୍ଡରେ ଘଟିଛି ଏଭଳି ଘଟଣା । ଖବର ଅନୁଯାୟୀ,  ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆସିଥିଲା । ଏନେଇ ସ୍ଥାନୀୟ ଲୋକେ ଦେବବ୍ରତ ମହାନ୍ତିଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୋଲିସ ପହଞ୍ଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ । ତେବେ ଯାଞ୍ଚ ବେଳେ ତାଙ୍କ ନିକଟରୁ ୨୫୬୦୦ ଟଙ୍କା ଜବତ ହୋଇଥିବାର ସୂଚନା ମିଳିଛି । ଏହି ଟଙ୍କା ଭୋଟ ପାଇଁ ବଣ୍ଟାଯାଉଥିବା ସୂଚନା ମିଳିଛି । ସେପଟେ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ ।

Leave A Reply

Your email address will not be published.