ଇଭିଏମ୍‌ରେ ତ୍ରୁଟି, ମତଦାନ ବାଧାପ୍ରାପ୍ତ

ଭୁବନେଶ୍ବର ୨୪।୦୩ : ଆଜି ପୌର ନିର୍ବାଚନ । ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ । ହେଲେ କିଛି ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଥିବା ଖବର ସାମ୍ନାକୁ ଆସିଛି । ଯାହାଫଳରେ ଭୋଟର ମାନେ ଭୋଟ ନଦେଇ ଫେରୁଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଓ୍ୱାର୍ଡ ନମ୍ବର ୩୯ ଓ ୨୩ରେ କାମ କରୁନି ଇଭିଏମ୍‌ ମେସିନ୍‌ । ଯାହାଫଳରେ ଏବେ ଯାଏଁ ଆରମ୍ଭ ହୋଇପାରୁନି ମତଦାନ । ଇଭିଏମ୍‌ କାମ ନକରିବାରୁ ଭୋଟ ନଦେଇ ଫେରୁଛନ୍ତି ଭୋଟର ।  ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.