ବୁଲା କୁକୁରଙ୍କ ଆକ୍ରମଣରେ ହରିଣ ଗୁରୁତର

ଆନନ୍ଦପୁର ୨୫/୦୩ : ଆନନ୍ଦପୁର ଥାନା କଣ୍ଟିପାଳ ଗାଁ ଦୋଳ ପଡିଆ ନିକଟରୁ ବୁଲା କୁକୁରଙ୍କ ଆକ୍ରମଣରେ ଆହତ ହରିଣକୁ ଉଦ୍ଧାର କରାଯାଇଛି । ଗ୍ରାମବାସୀମାନେ ଉଦ୍ଧାର ପରେ ହରିଣଟିକୁ ବନବିଭାଗକୁ ହସ୍ଥାନ୍ତର କରାଯାଇଛି । ହଦଗଡ ଅଭୟାରଣ୍ୟରୁ ଦୁଇଟି ହରିଣ ଖସିଆସି କଣ୍ଟିପାଳ ଗାଁ ଦୋଳ ପଡିଆ ନିକଟରେ ବୁଲୁଥିଲେ । ଏହି ସମୟରେ ବୁଲା କୁକୁର ମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। କୁକୁରଙ୍କ ଆକ୍ରମଣ ରେ ଗୋଟିଏ ହରିଣ ଆହତ ହୋଇଥିବା ବେଳେ ଅନ୍ୟଟି ପୁଣିଥରେ ଦୌଡି ଜଙ୍ଗଲକୁ ପଳାଇଥିଲା । କାଠକଟା ରେଞ୍ଜ କର୍ମଚାରୀ ମାନେ ଉଦ୍ଧାର ହରିଣର ଚିକିତ୍ସା ଚଳାଇଛନ୍ତି ।

Leave A Reply

Your email address will not be published.