ନାଲକୋ ନଗରୀରେ ବନ୍ଦ ରହିଛି ପରିବହନ ଓ ଉତ୍ପାଦନ

ଅନୁଗୁଳ ୨୮/୦୩ : ସର୍ବଭାରତୀୟ ୟୁନିୟନ ଷ୍ଟ୍ରାଇକର ପ୍ରଭାବ ଅନଗୁଳ ଜିଲ୍ଲାରେ ପଡିଛି । ରାଷ୍ଟ୍ରାୟତ ଉଦ୍ୟୋଗ MCL ର ତାଳଚେର ରେ ଥିବା ସମସ୍ତ କୋଇଲାଖଣି ଯଥା ଲିଙ୍ଗରାଜ, ଅନନ୍ତ, ବଳରାମ, ଭୁବନେଶ୍ଵରୀ, ଜଗନ୍ନାଥ, ହିଙ୍ଗୁଳା, ଭରତପୁର ଏବଂ କଣିହାଁ କୋଲ ମାଇନ୍ସ ଉପରେ ପଡିଛି । ବିଶେଷ କରି ରାଷ୍ଟାୟତ ଉଦ୍ୟୋଗ ଗୁଡିକୁ ଘରୋଇକରଣକୁ ବିରୋଧ ଏବଂ PF ରୁ ସୁଧହାର ହ୍ରାସ ଏବଂ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି । ଫଳରେ କୋଇଲାଖଣି ଗୁଡିକରେ ଉତ୍ପାଦନ ଏବଂ ପରିବହନ ସମ୍ପୁର୍ଣ୍ଣ ବନ୍ଦ ରହିଛି । ଏହି ଧର୍ମଘଟରେ HMS, INTUC ଏବଂ AITUC ସଂଗଠନ ସାମିଲ ଅଛନ୍ତି । ଏହାର ପ୍ରଭାବ ମଧ୍ୟ ରାଷ୍ଟ୍ରାୟତ ଉଦ୍ୟୋଗ NTPC ଏବଂ NALCO ଉପରେ ପଡିଛି।

Leave A Reply

Your email address will not be published.