ଆମେଜ୍‌ ବ୍ୟାଟେରୀର ଡିଲର ମିଟ୍‌ ଅନୁଷ୍ଠିତ

ଭୁବନେଶ୍ୱର ୨୬।୦୩: ହୋଟେଲ ଭିଟ୍‌ସ ପରିସରରେ ଆମେଜ୍‌ ବ୍ୟାଟେରୀର ଡିଲର ମିଟ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱରର ଅଧିକୃତ ବିତରକ ଶିବଶକ୍ତି ଇଲେକ୍ଟ୍ରୋନିକସ୍‌ର ପାଖାପାଖି ୩୦ଜଣ ଡିଲର ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ କମ୍ପାନୀର ରିଜୋନାଲ୍‌ ମ୍ୟାନେଜର ଦୀପକ କୁମାର ଡିଲରମାନଙ୍କ ସହ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ବିଚାର କରିଥିଲେ । କମ୍ପାନୀର ଓଡିଶା ଅଧିକାରୀ ପ୍ରଶାନ୍ତ ପ୍ରଧାନ ଏବଂ ଏରିଆ ମ୍ୟାନେଜର ରାଜେଶ କୁମାର ବସ୍ତିଆ ଡିଲରମାନଙ୍କ ସହ ବିଷଦ ଭାବରେ ଆଲୋଚନା କରିଥିଲେ । ଜୋନାଲ ମ୍ୟାନେଜର ମେଣ୍ଟୋ ସିଂହ, ସର୍ଭିସ ଇନ୍‌ଚାର୍ଜ ଆଶୁତୋଷ ପାଢୀ କମ୍ପାନୀର ନୂଆ ପଲିସି ବିଷୟରେ ଅବଗତ କରାଇଥିଲେ । ଡିଲରମାନେ କମ୍ପାନୀର ଏହି ପଦକ୍ଷେପକୁ ପ୍ରଂଶସା କରିଥିଲେ । ଏବଂ ଆଗାମୀ ଦିନରେ ଏହିଭଳି ଅଧିକ ଡିଲର ମିଟ୍‌ କରିବାର ପ୍ରସ୍ତାବ ଦେଇଥିଲେ । ଶେଷରେ ବିତରକ ସରୋଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.