ଆଜିଠୁ ରାଜ୍ୟରେ ବଢ଼ିବ ତାତି

ଆଜିଠୁ ରାଜ୍ୟରେ ବଢ଼ିବ ତାତି । ଦିନର ସବୋର୍ଚ୍ଚ ତାପମାତ୍ରା ପାଖାପାଖି ୨ରୁ ୩ଡିଗ୍ରୀ ବଢ଼ିବା ସହ କିଛି ସ୍ଥାନରେ ୪୨ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି ।  ମୟୂରଭଂଜ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୩୧ ତାରିଖ ଦିନ ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର,ଅନୁଗୁଳ, କଳାହାଣ୍ଡି, ସମ୍ବଲପୁର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧ ତାରିଖ ପାଇଁ ମଧ୍ୟ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୨ ଦିନ ସବୋର୍ଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ । ପାଣିପାଗ ବିଶେଷଜ୍ଞ କହିବାନୁସାରେ ଆଭ୍ୟନ୍ତ୍ରୀଣ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ଆସନ୍ତା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ କ୍ରମଶଃ ବଢ଼ିବ । ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ।

Leave A Reply

Your email address will not be published.