CMCର ୫ମ ମେୟର ଭାବେ ନେଲେ ଶପଥ,ସୁବାସ ସିଂହ

କଟକ ୦୭।୦୪ : ଶପଥ ନେଲେ ସୁବାସ ସିଂହ । କଟକ ମହାନଗର ନିଗମର ନୂତନ ମେୟର ଭାବେ ଶପଥ ନେଲେ ସୁବାସ ସିଂହ । କଟକ ମହାନଗର ନିଗମ (ସିଏମ୍‌ସି)ର ପଞ୍ଚମ ମେୟର ଭାବେ ଶପଥ ଗ୍ରହଣ କଲେ ସୁବାସ ସିଂହ । ସେହିପରି ତାଙ୍କ ସହ ନବନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଶପଥ ପାଠ କରାଇଲେ ନଗର ଉନ୍ନୟନ୍ନ ବିଭାଗ ସଚିବ ସଂଗ୍ରାମଜିତ ନାୟକ। ଶପଥ ଗ୍ରହଣ ଉତ୍ସବରେ ଜିଲ୍ଲାପାଳ, ସିଏମ୍‌ସି କମିଶନରଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।ସୂଚନାଯୋଗ୍ୟ ଯେ, ବାମ ଦଳରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପରେ ବିଜେଡିର ଯୋଗଦେଇଥିଲେ । ଜଣେ ଦକ୍ଷ ସଂଗଠନ ଭାବେ ବେଶ୍‌ ଜଣାଶୁଣା ସୁବାସ ସିଂହ । ବସ୍ତିବାସିନ୍ଦା ଓ ଶ୍ରମିକଙ୍କ ହକ୍‌ ପାଇଁ ସେ ସର୍ବଦା ଲଢେଇ କରନ୍ତି । ଏବେ ସୁବାସ ସିଂହ ରାଜ୍ୟସଭାର ସାଂସଦ ଅଛନ୍ତି । 

Leave A Reply

Your email address will not be published.