ଗଛରେ ପିଟିହେଲା କାର୍‌

କାମାକ୍ଷାନଗର ୦୯।୦୪ : ଗଛରେ ପିଟିହେଲା କାର୍‌ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ସନ୍ତୋସ ସାସମଲ ବୋଲି ଜଣାପଡିଛି । ଢେଙ୍କନାଳ ଜିଲ୍ଲା ତଣ୍ଡିମୁଣ୍ଡା ଗାଁରେ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, କାମାକ୍ଷାନଗର ମହୁଲପାଳ ଗାଁରେ ସନ୍ତୋଷ କାର୍‌ ଡ୍ରାଇଭିଂ କରି କୌଣସି କାମରେ ଯାଉଥିଲେ । ହେଲେ ତଣ୍ଡିମୁଣ୍ଡା ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କାମାକ୍ଷାନଗର ଥାନା ମହୁଲପାଳ ଗାଁର ସନ୍ତୋଷ ସାସମଲ ବୋଲି ଜଣାପଡିଛି

Leave A Reply

Your email address will not be published.