ଲୋୟର ପିଏମଜି ହତ୍ୟାକାଣ୍ଡ ଘଟଣା, ଦୁଇ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର ୧୨/୦୪: ଭୁବନେଶ୍ୱର ଲୋୟର ପିଏମଜି ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ସଫଳତା । ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ । ଏହି ଦୁଇ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ସୂଚନା ଥାଉକି, ଭୁବନେଶ୍ୱର ରାଜରାସ୍ତାରେ ଗତକାଲି ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । କ୍ଷତବିକ୍ଷତ ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଲୋୟର ପିଏମ୍‌ଜି ଛକ ନିକଟରେ ଥିବା ଏକ ଏଟିଏମ୍‌ ସାମ୍ନାରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ହତ୍ୟାକାଣ୍ଡ କାରଣ କଣ ତାହା ଏଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ଏହାର ରହସ୍ୟ ଉନ୍ମୋଚନ କରିବାକୁ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.