ନନ୍ଦନକାନନରେ ଆଖି ବୁଜିଲା ଅଣ୍ଡିରା ବାଘ

ଭୁବନେଶ୍ୱର ୧୩।୦୪: ଆଖି ବୁଜିଲା ଅଣ୍ଡିରା ବାଘ ଛୁଆ ବିବେକ। ନନ୍ଦନକାନନରେ ପୁଣି ଏକ ବାଘ ଛୁଆର ମୃତ୍ୟୁ ହୋଇଛି। ବିବେକର ମୃତ୍ୟୁ ପରେ ବାଘ ସଂଖ୍ୟା ୨୭କୁ ଖସି ଆସିଛି । ଖବର ଅନୁଯାୟୀ, ସୋମବାର ବିବେକ ଖୁଆଡ ଭିତରେ ବୁଲିବା ବେଳେ ଗୋଡ଼ରେ ଯନ୍ତ୍ରଣା ପାଇଁ ଛୋଟାଉଥିଲା। ତେଣୁ ତାକୁ ଭେଟେନାରୀକୁ ଆଣି ଚିକିତ୍ସା କରାଯାଉଥିଲା। ଖୁଆଡ ଭିତରେ କୌଣସି ଦୁର୍ଘଟଣାରେ ବିବେକ ଶରୀରରେ ଆଘାତ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଶବ ବ୍ଯବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଚିକିତ୍ସା ବେଳେ ବାଘ ଛୁଆ ପାଟିରୁ ପ୍ରଚୁର ରକ୍ତ ସ୍ରାବ ହେଉଥିଲା। ମେଘା-ନନ୍ଦନ ମିଳନରୁ ଜନ୍ମ ନେଇଥିଲା ବିବେକ। ବିବେକର ମୃତ୍ୟୁ ପରେ ବାଘ ସଂଖ୍ୟା ୨୭କୁ ଖସି ଆସିଛି।

Leave A Reply

Your email address will not be published.