ଲୋଇସିଂହା ବିଧାୟକଙ୍କୁ ଆକ୍ରମଣ ଘଟଣା: ବିଜେପି ପକ୍ଷରୁ ପ୍ରତିବାଦ

ବଲାଙ୍ଗୀର ୧୩/୦୪: ବଲାଙ୍ଗୀର ଲୋଇସିଂହା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଆଜି ଆକ୍ସନ ମୋଡ଼ରେ ବିଜେପି । ଦୁଇ ଜଣ ଯୁବକ ବିଧାୟକଙ୍କ ଗାଡି ଅଟକାଇବା ଓ ପିଏସଓଙ୍କ ସହ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାର ପ୍ରତିବାଦ କରି ରାଜରାସ୍ତାକୁ ଓଲ୍ହାଇଛି ବିଜେପି । ଏନେଇ ଆଜି ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ବସଷ୍ଟାଣ୍ଡ ଆଗରେ ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି । ସେପଟେ ଘଟଣା ଘଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଲୋଇସିଂହା ସହ ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା କହି ଏଭଳି ଆନ୍ଦୋଳନକୁ ଓଲ୍ହାଇଛି ବିଜେପି । ତେବେ ସକାଳ ୮ ରୁ ୧୦ ଟା ପର୍ଯ୍ୟନ୍ତ ଏ ଆନ୍ଦୋଳନ କରାଯିବା ନେଇ ସୂଚନା ଦେଇଛି ବିଜେପି । ରାସ୍ତାରୋକ ଫଳରେ ଦୀର୍ଘ ଘଣ୍ଟା ଧରି ସମ୍ବଲପୁର ବଲାଙ୍ଗୀର ରାସ୍ତାରେ ଯାତାୟତ ଠପ ହୋଇପଡିଛି ।

Leave A Reply

Your email address will not be published.