ଲୋଡିଂ ବେଲ୍ଟରେ ଚାପି ହୋଇ ଶ୍ରମିକ ମୃତ

ଯାଜପୁର ରୋଡ଼ ୧୩।୦୪: ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ JSW ସିମେଣ୍ଟ କରଖାନାରେ ଅଘଟଣ । ଲୋଡିଂ ବେଲ୍ଟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ  ହୋଇଥିବା ଅଭିଯୋଗ । ମୃତ ଶ୍ରମିକ ଜଣକ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ବୋଲି ଜଣାପଡିଛି । କ୍ଷତିପୁରଣ ଦାବିରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ମୃତଦେହ ରଖି ଶ୍ରମିକଙ୍କ ଧାରଣା। ସୂଚନାନୁସାରେ, ମଙ୍ଗଳବାର ରାତି ପାଖାପାଖି ୮.୩୦ ସମୟରେ କଳିଙ୍ଗନଗର ସ୍ଥିତ JSW କାରଖାନା ପାରିସରରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ଶ୍ରମିକ ଜଣକ ପଶ୍ଚିମବଙ୍ଗ ମେଦିନା ପୁର ଅଞ୍ଚଳର ବୋଲି ଜଣା ପଡିଛି। ମୃତ ଶ୍ରମିକଙ୍କ ଶବକୁ କାରଖାନା ଫାଟକ ସମ୍ମୁଖରେ ରଖି କ୍ଷତିପୂରଣ ଦାବି କରିଛି ଶ୍ରମିକ ସଂଘ। ଯାହାଫଳରେ ଘଟଣାସ୍ଥଳରେ ଚାପା ଉତେଜନା ଦେଖାଦେଇଛି। ଯଖପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ବୁଝାସୁଝା କରୁଛି।

Leave A Reply

Your email address will not be published.