ଗରମ ତେଲ ଢାଳି ଜଣଙ୍କୁ ହତ୍ୟା

ୟାଗଡ ୧୩।୦୪ : ଗରମ ତେଲ ଢାଳି ଜଣଙ୍କୁ ହତ୍ୟା । ନୟାଗଡ ଜିଲ୍ଲା ଶରଣକୁଳ ଥାନା ଚଢେୟାପଲ୍ଲୀ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଶରଣକୁଳ ପୋଲିସ ଘଟଣାରେ ୨ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ ଜାରି ରଖିଛି । ଖବର ଅନୁଯାୟୀ, ଗାଁର ମାଣିଆ ପ୍ରଧାନ ଓ ବିଧବା ମହିଳା ଶ୍ରୀମତୀ ପାଳଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ ରହିଥିଲା । କିଛି ଦିନ ତଳେ ଉଭୟ ପରିବାର ମଧ୍ଯରେ ପାଟିତୁଣ୍ଡ ହୋଇଥିଲେ ମଧ୍ୟ ମଣିଆ ବିଭିନ୍ନ ସମୟରେ ଶ୍ରୀମତୀଙ୍କ ଘରକୁ ଯିବାଆସିବା କରନ୍ତି । ଗତ ୬ତାରିଖରେ ମଣିଆଙ୍କୁ ଶ୍ରୀମତୀ ଘରକୁ ଡକାଇଥିଲେ । ଶ୍ରୀମତୀଙ୍କ ଘରେ ମଣିଆ ବସିଥିବା ସମୟରେ ଶ୍ରୀମତୀ ଏବଂ ତାଙ୍କ ଜ୍ବାଇଁ ସନ୍ତୋଷ ଜେନା ହଠାତ୍ ମଣିଆଙ୍କ ଉପରେ ଗରମ ତେଲ ଢାଳିଦେଇଥିଲେ । ଫଳରେ ମଣିଆଙ୍କ ଶରିରର ୫୦ପ୍ରତିଶତ ପୋଡିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.