ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !

କୋରାପୁଟ ୧୩।୦୪ : ଭାଙ୍ଗିଗଲା ସଂସାର । ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । କୋରାପୁଟ ତ୍ରିନାଥ ମନ୍ଦିର ସାହି ନିକଟ କାଠ ମିଲ ନିକଟରେ ଘଟିଛି ଏହି ଅଭବାନୀୟ ଘଟଣା । ହତ୍ୟା ଅଭିଯୋଗରେ ମୃତ ସ୍ତ୍ରୀଙ୍କ ସ୍ବାମୀକୁ ଥାନାରେ ଅଟକ ରଖିଛି କୋରାପୁଟ ପୋଲିସ । ସେପଟେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ଅତିରିକ୍ତ ଏସପି ପହଞ୍ଚ ତଦନ୍ତ ଜାରି ରଖିଛନ୍ତି। ପାରିବାରିକ କଳହକୁ ନେଇ ହତ୍ୟା ହୋଇଥିବା ସନ୍ଦେହ । ତେବେ ପୋଲିସର ପୁରା ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ସ୍ୱାମୀ-ସ୍ତ୍ରୀ ଏଠାରେ ଭଡ଼ାରେ ରହୁଥିଲେ । ଉଭୟ ନିକଟରେ ଥିବା କୌଣସି ହୋଟେଲରେ କାର୍ଯ୍ୟ କରୁଥିବାର ମଧ୍ୟ ସୂଚନା ମିଳିଛି । ଏପିରିକି ଉଭୟଙ୍କ ଘର ରାୟଗଡ଼ାର ବୋଲି ଖବର ରହିଛି । କିନ୍ତୁ ସ୍ପଷ୍ଟ ଭାବେ ତଥ୍ୟ ହସ୍ତଗତ ହୋଇନାହିଁ । ତଦନ୍ତ ପୁରା ପୁରା ଘଟଣା ଉପରୁ ପରଦା ହଟିବ ।  

Leave A Reply

Your email address will not be published.