ବିନିକା ଅଞ୍ଚଳରେ ରେକର୍ଡ ଭାଙ୍ଗୁଛି ଗରମ

ବିନିକା ୧୬।୦୪ : ପ୍ରଚଣ୍ଡ ଖରାରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା l ଗତ କିଛି ଦିନ ହେବ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ସୋନପୁର ଜିଲ୍ଲା l ଦିନକୁ ଦିନ ଖରାର ମାତ୍ରା ବୃଦ୍ଧି ପାଉଥିଲେ ମଧ୍ୟ ବିନିକା ଅଞ୍ଚଳରେ କୌଣସି ସ୍ଥାନରେ ପ୍ରଶାସନ ପକ୍ଷରୁ ଜଳଛତ୍ର ହୋଇନଥିବାରୁ ଅଞ୍ଚଳବାସିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।  ଖବର ଅନୁଯାୟୀ, ସୋନପୁର ଜିଲ୍ଲା ବିନିକା ଅଞ୍ଚଳରେ ଗତ କିଛି ଦିନ ହେବ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ଶନିବାର  ୪୫ ଡ଼ିଗ୍ରୀ ତାପମାତ୍ରା ରହିଥିଲା l ବିନିକା ଅଞ୍ଚଳରେ ରେକର୍ଡ ଭାଙ୍ଗୁଛି ଗରମ l ଦିନ ସମୟରେ ତାପମାତ୍ରା ୪୪ ରହୁଥିବା ବେଲେ ରାତି ସମୟରେ ମଧ୍ୟ ୩୫ ଡିଗ୍ରୀ ରହୁଛି l ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ହୋଇଗଲେଣି ଲୋକେ l ଏପିରିକି ଦିନ ୧୧ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜରୁରୀ କାମ ନଥିଲେ ଘରୁ କେହି ବାହାରୁନାହାନ୍ତି l ରାସ୍ତାଘାଟ ଶୁନଶାନ୍ ହୋଇଯିବା ସହ ଦୋକାନ ବଜାର ସବୁକିଛି ଉପରେ ମଧ୍ଯ ପ୍ରଭାବ ପକାଉଛି l  ଗୋଟାଏ ପ୍ରକାର ଅଗ୍ନିବର୍ଷା ହେବାସହ ତତଲା କଢ଼େଇରେ ପରିଣତ ହୋଇଛି ବିନିକା ଅଞ୍ଚଳ l ବିଭିନ୍ନ ଛକ ଗୁଡିକରେ ଯାତାୟାତ କରୁଥିବା ଲୋକେ ଥଣ୍ଡା ପାନୀୟ ଉପରେ ନିର୍ଭର କରି ଯାତାୟାତ କରୁଛନ୍ତି l ଦିନକୁ ଦିନ ଖରାର ମାତ୍ର ବୃଦ୍ଧି ପାଉଥିଲେ ମଧ୍ୟ ବିନିକା ଅଞ୍ଚଲରେ କୌଣସି ସ୍ଥାନରେ ବି ପ୍ରଶାସନ ପକ୍ଷରୁ ଜଳଛତ୍ର ହୋଇନଥିବାରୁ ଅଞ୍ଚଳବାସିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।  

Leave A Reply

Your email address will not be published.