କଳାହାଣ୍ଡି ୧୬।୦୪ : ବସ୍ଷ୍ଟାଣ୍ଡରୁ ମିଳିଲା ମୃତଦେହ ।ଭବାନୀପାଟଣା ନିର୍ମାଣାଧୀନ ନୂଆ ବସ୍ଷ୍ଟାଣ୍ଡର ଏକ ଠେଲା ଗାଡିରୁ ଏହି ମୃତଦେହକୁ ଠାବ କରାଯାଇଛି । ମୃତକ ଜଣଙ୍କ ହେଲେ କାଳୀ ମନ୍ଦିର ପଡ଼ାର ଭରତ ମାଝି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଭରତ ଶୁକ୍ରବାର ସକାଳ ସମୟରେ ଘରୁ କୌଣସି କାମ ବାହାରିଯାଇଥିଲେ, ହେଲେ ସଂଧ୍ୟା ପର୍ଯ୍ୟନ୍ତ ଆଉ ଫେରିନଥିଲା । ଶନିବାର ସକାଳ ସମୟରେ ବସ୍ଷ୍ଟାଣ୍ଡ ନିକଟରେ ଥିବା ଏକ ଠେଲା ଗାଡ଼ିରେ ତାଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲ । ତୁରନ୍ତ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ଲାଗି ନିକଟସ୍ଥ ମେଡିକାଲକୁ ପଠାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଭରତଙ୍କ ଘରେ ସ୍ତ୍ରୀ ସହ ଦୁଇଟି ଛୋଟ ଶିଶୁ ରହିଛନ୍ତି ।