ଅଧାରୁ ବନ୍ଦ ହେଲା ବ୍ୟାକ୍ ଓ୍ୱାଟର ସର୍ଭେ

ସମ୍ବଲପୁର ୧୯।୦୪ : ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଥିବା ବ୍ୟାକ୍ ଓ୍ୱାଟର ସର୍ଭେ ଅଧାରୁ ବନ୍ଦ । ନିଜ ସୀମାରେ ସର୍ଭେ ପାଇଁ ଅଟକାଇଲା ଛତିଶଗଡ ଜଳସମ୍ପଦ ବିଭାଗ । ଯାହାଫଳରେ ଅଧାରୁ ବନ୍ଦ ହେଲା ସର୍ଭେ । ହୀରାକୁଦ ଜଳଭଣ୍ଡାରରୁ ଏହି ସର୍ଭେ ଆରମ୍ଭ ହୋଇ କଲମା ଯାଏଁ ପହଞ୍ଚିଥିଲା । ହେଲେ ଛତିଶଗଡ ଜଳସମ୍ପଦ ବିଭାଗ ଏହି ଖବର ପାଇବା ପରେ ଘଟଣାସ୍ଥକୁ ଆସି ସର୍ଭେ ଅଟକାଇଛି । ଟ୍ରିବ୍ୟୁନାଲ ନିର୍ଦ୍ଦେଶରେ ଏହି ସର୍ଭେ ହେଉଥିବାବେଳେ ଛତିଶଗଡ କାହିଁକି ଅଟକାଇଲା ଓ ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି ତାହା ବୁଝାପଡୁନାହିଁ । ସୂଚନାଯୋଗ୍ୟ ଯେ, ମୁମ୍ବାଇର ଏକ ପ୍ରାଇଭେଟ ସଂସ୍ଥାକୁ ଏହି ଦାୟିତ୍ୱ ମିଳିଛି । ଯାହାର ନାଁ ରହିଛି SIEAT ଇଂଜିନିୟରିଂ ପ୍ରାଇଭେଟ ଲିମିଟେଡ୍ । ହୀରାକୁଦ ଜଳଭଣ୍ଡାରର ବିସ୍ତିର୍ଣ୍ଣ ଜଳରାଶିରେ ଉପରମୁଣ୍ଡକୁ ୧୫୦ କିଲୋମିଟର ଯାଏଁ ଏହି ସର୍ଭେ ହେବାକୁ ଥିବାବେଳେ ତଳମୁଣ୍ଡରେ ୫୦ କିଲୋମଟିର ଯାଏଁ ।ଦୁଇଟି ପଦ୍ଧତିରେ ଏହି ସର୍ଭେ ହେଉଥିଲା । ପ୍ରଥମଟି ହେଲା ସୁଖାସ୍ଥାନରେ, ଯାହାକୁ DGPS ( ଡିଫାରେନ୍ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) କୁହାଯାଉଥିବା ବେଳେ ଡ୍ରୋନ କ୍ୟାମେରା ସାହାଯ୍ୟରେ କରାଯାଉଛି । ସେହିପରି ଦ୍ୱିତୀୟଟି ହେଲା ଇକୋ ସାଉଣ୍ଡର, ଯାହା ପାଣି ଭିତରେ ସର୍ଭେ କରୁଛି ।

Leave A Reply

Your email address will not be published.