ସାମାନ୍ୟ ଯୁକ୍ତିତର୍କରୁ ହତ୍ୟାକାଣ୍ଡ : ସଂଘବଦ୍ଧ ଆକ୍ରମଣରେ ୨ ଯୁବକ ମୃତ

କୋରାପୁଟ ୨୨।୦୪ : ଦାମନଯୋଡି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ସାମାନ୍ୟ ଯୁକ୍ତି ତର୍କରୁ ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣରେ ସିନ୍ଧିପାର ଗାଁର ୨ ଯୁବକ ମୃତ, ଜଣେ ଗୁରୁତର । ମୃତକ ହେଲେ ଦେବେନ୍ଦ୍ର ଜାନୀ, ପୂର୍ଣ୍ଣ ନାୟକ ହୋଇଥିବା ବେଳେ ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଚଇତି ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ଗଣ୍ଡଗୋଳ । ଦାମନଜୋଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଚଇତି ପରବ ବେଣ୍ଟ ପରେ ୨ଟି ଗ୍ରାମର କିଛି ଯୁବକଙ୍କ ମଧ୍ୟରେ ଯୁକ୍ତି ତର୍କ ଘଟିଥିଲା ।  ସିନ୍ଧିପାର ଗାଁରେ ଲୋକେ ଉତ୍ସବ ପାଳୁଥିବା ବେଳେ ଝଡିଗୁଡା ଗାଁର ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ସିନ୍ଧିପାର ଗାଁ ଲୋକଙ୍କ ଆକ୍ରମଣରେ ଝଡିଗୁଡା ଗାଁର ଦେବେନ୍ଦ୍ର ଜାନୀ, ପୂର୍ଣ୍ଣ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ଘଟଣା ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର। ଦାମନଜୋଡି ପୋଲିସ କରୁଛି ତଦନ୍ତ ।

Leave A Reply

Your email address will not be published.