ଡିଜେ କର୍ମଚାରୀଙ୍କ ଆକ୍ରମଣରେ ଗଲା ଟେଣ୍ଟ ମାଲିକ ଜୀବନ

ଗୋପ : ଟେଣ୍ଟ ମାଲିକଙ୍କୁ ହତ୍ଯା। ପୁରୀ ଜିଲ୍ଲା ଗୋପ ବ୍ଳକ ଅନ୍ତର୍ଗତ ବେଦପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବରଯାତ୍ରୀ ଶୋଭାଯାତ୍ରା ସରିଯିବା ପରେ ଅଘଟଣ। ଟେଣ୍ଟ କପଡାରେ ଡିଜେ ଗାଡି ବାଜି ଚିରିଯିବା ପରେ ଏନେଇ ଟେଣ୍ଟ ମାଲିକ ଓ ଡିଜେ ମାଲିକଙ୍କ ମଧ୍ୟରେ ବଚସା ଉଗ୍ରରୂପ ଧାରଣ କରିଥିଲା। ଯାହାକୁ ନେଇ ଟେଣ୍ଟ ମାଲିକଙ୍କୁ ଆକ୍ରମଣ କରିଥିଲେ ଡିଜେ କର୍ମଚାରୀ। ଯାହାଫଳରେ ଟେଣ୍ଟ ମାଲିକଙ୍କର ମୃତ୍ଯୁ ହୋଇଥିଲା। ମୃତକ ହେଲେ ଏରବଙ୍ଗ ଗାଁର ପପୁ ପ୍ରଧାନ। ଘଟଣାସ୍ଥଳରେ ଗୋପ ପୋଲିସ ପହଁଚି ଶବ ଜବତ କରିବା ପରେ ଗାଡି ଗୁଡିକୁ ଅଟକ ରଖି ତଦନ୍ତ ଚଲାଇଛି। ହତ୍ଯା କରିବା ପରେ ଡିଜେ କର୍ମଚାରୀ ଫେରାର ଥିବା ଜଣାପଡିଛି। ଅନ୍ୟପଟେ ମୃତକଙ୍କ ଗ୍ରାମବାସୀ ବେଗୁନିଆ ଠାରେ ପିପିଲି କୋଣାର୍କ ରାସ୍ତା ଅବରୋଧ କରିଛନ୍ତି।

Leave A Reply

Your email address will not be published.