ଆଜିଠୁ ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକ, ନବୀନ ନିବାସରେ ସମସ୍ତଙ୍କ ସହ କଥା ହେବେ ସୁପ୍ରିମୋ

ଭୁବନେଶ୍ବର : ଆଜିଠୁ ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକ । ଦଳର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କ ସହ କଥା ହେବେ ନବୀନ । ପ୍ରତି ପର୍ଯ୍ୟବେକ୍ଷକଙ୍କ ସହ ମୁହାଁମୁହିଁ କଥା ହେବେ । ୩ ଦିନ ଧରି ପର୍ଯ୍ୟବେକ୍ଷକଙ୍କ ସହ ବୈଠକ ଚାଲିବ । ପଞ୍ଚାୟତ, ପୌର ନିର୍ବାଚନ ସହ ଆସନ୍ତା ୨୦୨୪ ନିର୍ବାଚନ ସଂପର୍କରେ ଆଲୋଚନା ହୋଇପାରେ । ପର୍ଯ୍ୟବେକ୍ଷକଙ୍କୁ ଟିପ୍‌ସ ଦେବେ ସୁପ୍ରିମୋ ନବୀନ ।

Leave A Reply

Your email address will not be published.