କନ୍ଧମାଳର ପ୍ରଥମ ସରକାରୀ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ରାଧାମୋହନ..

ଫୁଲବାଣୀ ( ଓଡିଶା ସମାଚାର ବ୍ୟୁରୋ ) : କନ୍ଧମାଳର ମଉଡ଼ମଣି ତଥା କନ୍ଧମାଳ ପିପୁଲ ଫୋରମ୍ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରାଧାମୋହନ ମହାପାତ୍ର ଏବେ ଆଉ ପାଦେ ଆଗରେ। ନିକଟରେ ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ କନ୍ଧମାଳ ଜିଲ୍ଲାରେ ଏକମାତ୍ର ସରକାରୀ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଭାବରେ ମାନ୍ୟତା ପ୍ରାପ୍ତ କରିଛନ୍ତି । ଯାହାକି ଏପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାରେ କୌଣସି ସାମ୍ବାଦିକ ଏହି ମାନ୍ୟତା ପାଇନାହାନ୍ତି। ତେବେ ସରକାରଙ୍କ ତରଫରୁ ଏହି ମାନ୍ୟତା ଦିଆ ଯିବା ପରେ ରାଧାମୋହନ ମହାପାତ୍ର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏବଂ ରାଧାମୋହନଙ୍କୁ ମଧ୍ଯ ଅନେକ ପ୍ରସଂଶାର ସୁଅ ଛୁଟିଛି। କନ୍ଧମାଳର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିଥିବା ରାଧାମୋହନ ଆଗାମୀ ଦିନରେ ନିରବଚ୍ଛିନ୍ନ ଭାବେ କନ୍ଧମାଳର ବିକାଶ ପାଇଁ କାମ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.