କରୋନାର ଏସବୁ ଲକ୍ଷଣ ପିଲାମାନଙ୍କଠାରେ ତୁରନ୍ତ ଦେଖାଯାଉଛି, ଦେଖିଲେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ ୨୫।୪: ସାରା ବିଶ୍ବରେ କରୋନା ଭାଇରସ୍ ପୁଣି ଥରେ କଡ ଲେଉଟାଇବାକୁ ଲାଗିଲାଣି । ପୁଣି ଥରେ କରୋନା ତାର ପ୍ରକୋପ ଦେଖାଇବାକୁ ଲାଗିଥିବା ବେଳେ ଏବେ ନୂଆ ନୂଆ ଭାରିଆଣ୍ଟ ମଧ୍ୟ ସାମ୍ନାକୁ ଆସୁଛି । ଏବେ ବିଶ୍ବର ଅନେକ ଦେଶରେ ଚତୁର୍ଥ ଲହରର ଆଶଙ୍କା ଦେଖାଦେଇଛି । ଏହି ସମୟରେ କରୋନାର XE ଭାରିଆଣ୍ଟ ଲୋକଙ୍କ ଚିନ୍ତା ବଢାଇ ଦେଇଛି । କରୋନାର  XE ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହେବା ପରେ ପିଲାମାନଙ୍କଠାରେ ଏହାର ପ୍ରଭାବ ବେଶୀ ଦେଖିବାକୁ ମିଳୁଛି । ପିଲାମାନଙ୍କଠାରେ ଏହାର ଲକ୍ଷଣ ମଧ୍ୟ ସର୍ବପ୍ରଥମେ ଦେଖିବାକୁ ମିଳୁଛି । ଏମିତିରେ ପରିବାରଲୋକଙ୍କୁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । କିଛି ବିଷୟ ପ୍ରତି ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଆଲର୍ଟ କରିଛନ୍ତି । ପିଲାମାନଙ୍କଠାରେ କରୋନାର XE ଭାରିଆଣ୍ଟର ସର୍ବପ୍ରଥମ  ଲକ୍ଷଣ ଡାଇରିଆ ରୂପେ ସାମ୍ନାକୁ ଆସିଛି । ଏହି ନୂଆ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହେବା ପରେ ପିଲାମାନଙ୍କର ପେଟରେ ଯନ୍ତ୍ରଣା, ଥଣ୍ଡାଜ୍ବର, ଗଳା ଦରଜ, ଶୁଖିଲା କାଶ, ନାକରୁ ପାଣି ବୋହିବା, ମୁଣ୍ଡ ବ୍ୟଥା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଇପାରେ । ଏହା ବ୍ୟତୀତ ସେମାନଙ୍କୁ ଥଣ୍ଡା ଲାଗିବା ଏବଂ ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟାର ସମ୍ମୁଖୀନ ହେବାକୁ ମଧ୍ୟ ପଡିପାରେ । ଏହିସବୁ ଲକ୍ଷଣ ଦେଖାଗଲେ ବାପା-ମା’ ଚିନ୍ତା ନକରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହିସବୁ ଲକ୍ଷଣ ଦେଖାଗଲେ କୌଣସି ପ୍ରକାରର ଅବହେଳା ମଧ୍ୟ କରିବା ଅନୁଚିତ । କାରଣ ଏହାଦ୍ବାରା ସମସ୍ୟା ସୃଷ୍ଟି ହୋଇପାରେ । ଏମିତିରେ ସଠିକ୍ ସମୟରେ ଚିକିତ୍ସା କରାଇବା ଜରୁରୀ ।

Leave A Reply

Your email address will not be published.