ପୁଣି ମାତିଲେ ମାଓବାଦୀ, ଯାତ୍ରୀବାହୀ ବସ୍‌କୁ ଜାଳିଦେଲେ

ମାଲକାନଗିରି :  ମାଓବାଦୀଙ୍କ ପୁଣି ବଡ଼ ଧରଣର ଲଙ୍କାକାଣ୍ଡ। ଯାତ୍ରୀବାହୀ ବସ୍‌କୁ ଜାଳିଦେଲେ ଲାଲ୍‌ବାହିନୀ। ମାଲକାନଗିରି ଜିଲ୍ଲା ସୀମାନ୍ତ କତୁର ନିକଟରେ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି। ପ୍ରଥମେ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ପରେ ସେଥିରେ ନିଆଁ ଲଗାଇ ଦେଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସ୍‌ଟି ଉମରକୋଟରୁ ହାଇଦ୍ରାବାଦକୁ ଯାଉଥିଲା। ଦଣ୍ଡକାରଣ୍ୟ ଡିଭିଜନ ମାଓ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ ମାଓବାଦୀମାନେ ଏଭଲି ହିଂସାକାଣ୍ଡ ଘଟାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.